ଘଟଣା ଓ ଦୁର୍ଘଟଣା

ଅଜଣା ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ରାସ୍ତା ଅବରୋଧ

By Angul TV Bureau

November 30, 2025

ପାଳଲହଡା: ରବିବାର ସନ୍ଧ୍ୟାରେ ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ୪୯ ନମ୍ବର  ଜାତୀୟ ରାଜପଥ କାଇଁଶିରିପାଲି ଛକ ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ଥାନୀୟ ସାମନ୍ତ ସାହିର ରଞ୍ଜନ କୁମାର ବେହେରା।

ସୂଚନା ପାଇ ପାଳଲହଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଲୋକଙ୍କ ଦ୍ୱାରା ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରାଯାଇଥିଲା। ପୋଲିସ ଓ ପ୍ରଶାସନର ଆଲୋଚନା ପରେ ସ୍ଥାନୀୟ ଲୋକ ଓ ପରିବାର ସହଯୋଗରେ ରାସ୍ତା ଅବରୋଧ ହଟିଛି। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଟ୍ରକ ଚାଳକକୁ ଖୋଜିବା ସହ ଘଟଣା ସମ୍ପର୍କରେ ପୋଲିସ ଅନୁସନ୍ଧାନ କରୁଛି।