ଘଟଣା ଓ ଦୁର୍ଘଟଣା

ପୁଣି ମାତିଲେ ବାଇକର ଲୁଟେରା

By Angul TV Bureau

September 07, 2022

ଅନୁଗୁଳ: ଅନୁଗୁଳ ସହରରେ ବାଇକର ଲୁଟେରା ପୋଲିସକୁ ଚାଲେଞ୍ଜକରି ପୁଣି ସେମାନଙ୍କ ଲୁଟ୍ ଆରମ୍ଭ କରିଛନ୍ତି। ସୋମବାର ଅପରାହ୍ନ ୪ଟା ସମୟରେ ଜନଗହଳି ପୂର୍ଣ୍ଣ ଅନୁଗୁଳ କଲେଜ ସାମ୍ନା ରାସ୍ତାରେ ଅନୁଗୁଳ ବ୍ଲକର ଏବିଡିଓ ସୁଜତା ପ୍ରିୟଦର୍ଶୀନି ନାଏକ ତାଙ୍କ ସ୍କୁଟରରେ ଯାଉଥିବା ସମୟରେ ପଛରୁ ଏକ ବାଇକରେ ୨ ଜଣ ଯୁବକ ଆସି ତାଙ୍କ ବେକରୁ ସୁନା ଚେନ୍‌ଟି ଛିଣ୍ଡାଇ ନେଇଥିଲେ।

ସୁଜାତା ସେମାନଙ୍କ ପିଛାକରିଥିଲେ ହେଁ ସେମାନେ ସପ୍ତାହିକ ହାଟ ଦେଇ ଫେରାର ହୋଇଯାଇଥିଲେ। ଏ ନେଇ ସୁଜାତା ମଙ୍ଗଳବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।