ଘଟଣା ଓ ଦୁର୍ଘଟଣା

ଷଣ୍ଢକୁ ଧକ୍କା ଦେଇ ବାଇକ ଚାଳକ ଗୁରୁତର

By Angul TV Bureau

July 16, 2025

ଅନୁଗୁଳ: ଷଣ୍ଢକୁ ଧକ୍କା ଦେଇ ବାଇକ ଚାଳକ ଗୁରୁତର।ଅନୁଗୁଳ ସଦର ଥାନା ମୂଷାପାପୁଲି ଛକ ନିକଟରେ ଆଜି ଏକ ବାଇକ୍‌ ରାସ୍ତାରେ ଷଣ୍ଢକୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣାରେବାଇକ୍‌ ଚାଳକ ପୁରୁଣାଗଡ଼ ଶାସନବଜାର ସାହିର ବିକାଶ ସାହୁ (୨୬) ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ, ବିକାଶ ଆଜି ସନ୍ଧ୍ୟାରେ ବାଇକ୍‌ ଯୋଗେ ଅନୁଗୁଳକୁ କୌଣସି କାମରେ ଆସୁଥିଲେ। ୫୫ ନମ୍ବର ଜାତୀୟ ରାଜପଥ ମୂଷାପାପୁଲି ଛକ ନିକଟରେ ଏକ ଷଣ୍ଢ ଶୋଇଥିଲା। ବିକାଶ ତାହା ଦେଖି ନପାରି ଷଣ୍ଢକୁ ଧକ୍କା ଦେଇଥିଲେ। ବିକାଶ ଷଣ୍ଢ ଉପରେ ପଡ଼ିଯାଇଥିବା ବେଳେ ତାଙ୍କ ପେଟରେ ଶିଙ୍ଘ ପଶି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।