ମୁଖ୍ୟ ଖବର

ପୂଜା ବଜାରରେ ବାଇକ୍ ଓ ସ୍କୁଟି ଶସ୍ତା: ଡିଲର ସଂଘ

By Biswaranjan Pattnaik

September 21, 2025

ଅନୁଗୁଳ: କେନ୍ଦ୍ର ସରକାରଙ୍କ ଜିଏସଟି ସଂସ୍କାର ନୀତି ଯୋଗୁଁ ବିଭିନ୍ନ ଉତ୍ପାଦ ଶସ୍ତା ହେବାକୁ ଯାଉଛି। ବିଶେଷ କରି ବାଇକ୍, ସ୍କୁଟି ଭଳି ଗାଡ଼ି ଆଉ ଆଗଭଳି ବିଳାସ ସାମଗ୍ରୀରେ ଗଣା ହେଉନାହିଁ ପରିବାରର ଏହା ଅତ୍ୟାବଶ୍ୟକ ଉତ୍ପାଦ ଭାବେ ଏହା ଗଣା ଯାଉଛି ନୂଆ ଜିଏସଟି ନୀତିରେ ଏବେ ଅଟୋମୋବାଇଲ ଶିଳ୍ପ ବିଶେଷ କରି ବାଇକ୍ ଓ ସ୍କୁଟି ଉପରେ ଜିଏସଟି ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ଖସି ଥିବାରୁ ଏବଂ ଏହା ଆସନ୍ତା କାଲି ଠାରୁ ଲାଗୁ ହେଉଥିବାରୁ ପୂଜା ବଜାରରେ ଗାଡ଼ି ଶସ୍ତା ହେବାକୁ ଯାଉଛି।

ଆଜି ଏଥିନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଜିଲ୍ଲା ଅଟୋମୋବାଇଲ ଡିଲର ସଂଘର ସଭାପତି ଅମ୍ବିକା ପ୍ରସାଦ ଭଟ୍ଟ ସବିଶେଷ ତଥ୍ୟ ଦେଇଥିଲେ।ଶ୍ରୀ ଭଟ୍ଟ ସମ୍ମିଳନୀରେ ପ୍ରକାଶ କରିଥିଲେ କି ଜାତୀୟ ଅଟୋମୋବାଇଲ ଡିଲର ସଂଘ ଦୀର୍ଘ ବର୍ଷ ହେବ ଜି ଏସ ଟି ହ୍ରାସ ନେଇ ଦାବି କରି ଆସିଥିଲା। କେନ୍ଦ୍ର ସରକାର ଏହି ଦାବି ପୂରଣ କରିଥିବାରୁ ସଂଘ ଏଥିନେଇ ସରକାରଙ୍କୁ କୃତଜ୍ଞତା ଜଣାଇଛି।

ଏହି ସମ୍ମିଳନୀ ରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ବରିଷ୍ଠ ସଦସ୍ୟ ଅଶୋକ କୁମାର ମାଣ୍ଡୋଠିଆ, ସନ୍ତୋଷ ଅଗ୍ରୱାଲ,ମନୋଜ ଗୁପ୍ତା, ସୁଜିତ୍ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।