ଅନୁଗୁଳ: ଅନୁଗୁଳ ଜିଲ୍ଲାର ବାବା ସାହେବ ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ଆଜି ୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ ମଣିପୁରରେ ମହିଳାଙ୍କ ଉପରେ ହେଉଥିବା ଅମାନବୀୟ, ବର୍ବୋରଚିତ ଅତ୍ୟାଚାର ବିରୁଦ୍ଧରେ ବାବା ସାହେବ ଆମ୍ବେଦକର ଫାଉଣ୍ଡେସନ କାର୍ଯ୍ୟାଳୟରୁ ଏକ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲ୍ଲାପାଳଙ୍କ ଜରିଆରେରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୮ ଦଫା ଦାବି ପତ୍ର ପ୍ରଦାନ କରିଥିଲେ। ଏହି ବିକ୍ଷୋଭରେ ବାବା ସାହେବ ଆମ୍ବେଦକର ଫାଉଣ୍ଡେସନର ସମସ୍ତ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ।