ଘଟଣା ଓ ଦୁର୍ଘଟଣା

ବିଜେଡି ବିକ୍ଷୋଭରେ ସାମିଲ ମହିଳାଙ୍କ ମୃତ୍ୟୁ

By Angul TV Bureau

November 01, 2021

ଅନୁଗୁଳ : ଅନୁଗୁଳ ନିର୍ବାଚନ ମଣ୍ଡଳୀ ମହିଳା ବିଜେଡି ଦ୍ବାରା ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ତୈଳଦର ବୃଦ୍ଧି ପ୍ରତିବାଦରେ ହେଉଥିବା ବିକ୍ଷୋଭରେ ସାମିଲ ହୋଇଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଅନୁଗୁଳ ସହରର ରାଧାରମଣପଡ଼ାର ବିନିତା ସାହୁ(୬୦) ନାମକ ଜଣେ ମହିଳା ବିକ୍ଷୋଭରେ ସାମିଲ ହୋଇଥିଲେ। ଏହି ବିକ୍ଷୋଭ ବେଳେ ତାଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ଏହା ଜଣାପଡ଼ିବାପରେ ରାଧାରମଣପଡ଼ାର ବିଜେପି ମହିଳା କର୍ମୀ ସଞ୍ଜୁ ସାହୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ସେଠାରେ ବିଜେଡି କର୍ମୀ ତାଙ୍କୁ ମାଡ଼ମାରିଥିଲେ ଓ ମୋବାଇଲ ଫୋନ୍ ଭାଙ୍ଗି ଦେଇଥିଲେ। ଏ ନେଇ ସଞ୍ଜୁ ଅନୁଗୁଳ ଥାନାରେ ଲିକିତ ଅଭିଯୋଗକରିଛନ୍ତି। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁ କରିଛି। ସେହିଭଳି ବନିତାଙ୍କ ମୃତ୍ୟୁକୁ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁକରାଯାଇ ଶବ ବ୍ୟବଛେଦ କରାଯାଇଛି।