ମୁଖ୍ୟ ଖବର

ନାଲକୋ ଠିକାଦାର ସଂଘର କାର୍ଯ୍ୟକର୍ତ୍ତା ଚୟନ, ବିପ୍ଲବ ଜେନାଙ୍କୁ ସଭାପତି ଦାୟିତ୍ବ

By Angul TV Bureau

March 17, 2025

ଅନୁଗୁଳ: ଆଜି ସକାଳେ ନାଲକୋ ଠିକାଦାର ସଂଘର ସାଧାରଣ ବୈଠକ ସଂଘ କାର୍ଯ୍ୟାଳୟରେ ଆୟୋଜିତ ହୋଇଛି। ବୈଠକରେ ସର୍ବସମ୍ମତିକ୍ରମେ ସଂଘର କାର୍ଯ୍ୟକର୍ତ୍ତା ଚୟନ କରାଯାଇଛି।

ବିପ୍ଲବ ଜେନାଙ୍କୁ ସଭାପତି ଦାୟିତ୍ବ ଦିଆଯାଇଥିବା ବେଳେ ବୁଲେଶ ଜେନାଙ୍କୁ କାର୍ଯ୍ୟକାରୀ ସଭାପତି, କୁନା ଗଡ଼ନାୟକଙ୍କୁ ଉପ ସଭାପତି, ପ୍ରଫୁଲ୍ଲ କୁମାର ବିଷୋୟୀଙ୍କୁ ସାଧାରଣ ସମ୍ପାଦକ, ସୁବୋଧ ଚନ୍ଦ୍ର ଦାସଙ୍କୁ ସହ ସମ୍ପାଦକ, ପ୍ରତାପ କୁମାର ଜେନାଙ୍କୁ କୋଷାଧ୍ୟକ୍ଷ ଦାୟିତ୍ବ ମିଳିଛି। ସେହିଭଳି ଉପଦେଷ୍ଟା ଭାବେ ସତ୍ୟବ୍ରତ ସ୍ୱାଇଁ, ରାଜୀବ କୁମାର ଜେନା, ସତ୍ୟବାନ୍ ବରାହ, କାଳନ୍ଦୀ ଚନ୍ଦ୍ର ଜେନା ପ୍ରମୁଖ ମନୋନୀତ ହୋଇଛନ୍ତି। ସମସ୍ତ ନୂଆ କର୍ମଚାରୀ ସଂଘର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ଶପଥ ନେଇଛନ୍ତି।