ଅନ୍ୟାନ୍ୟ

ନାଲକୋନଗରରେ ବିର୍ସା ମୁଣ୍ଡା ଜୟନ୍ତୀ

By Angul TV Bureau

November 16, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋନଗର ସ୍ଥିତ ବିର୍ସାମୁଣ୍ଡା ପାର୍କ ଠାରେ ସୋମବାର ବୀର ବିର୍ସାମୁଣ୍ଡାଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ନାଲକୋ ଅନୁସୂଚିତ ଜାତି ଓ ଜନଜାତି ସଂଘ ଅନୁକୂଲ୍ୟରେ ତାଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରାଯାଇଥିଲା। ସଂଘ ପକ୍ଷରୁ ଆୟୋଜିତ ସମାରୋହରେ ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ ପଣ୍ଡା ମୁଖ୍ୟ ଅତିଥି, ଜିଲ୍ଲା ମଙ୍ଗଳ ଅଧିକାରିଣୀ ସଂଧାରାଣୀ ମିଞ୍ଜ୍, ଜିଏମ ସିପିପି ସରୋଜ ମିଶ୍ର, ଏନ. କେ. ମଣ୍ଡଳ, ‘ନେସ’ ଶ୍ରମିକ ସଂଗଠନର ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ବିଜନ ଦଳବେହେରା, ସୁଧାଂଶୁ ମିଶ୍ର, ମନୋଜ ସ୍ବାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥି ବୀର ବୀର୍ସା ମୁଣ୍ଡାଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିବା ସହ କଠିନ ପରିଶ୍ରମ ଦ୍ଵାରା ସଫଳତା ହାସଲ କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥିଙ୍କୁ ସଂଘ ପକ୍ଷରୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ବୀର୍ସାମୁଣ୍ଡା ଜୟନ୍ତୀ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛଥିଲା।