ଅନ୍ୟାନ୍ୟ

ନାଲକୋରେ ପାଳିତ ହେଲା ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଓ ଜନଜାତୀୟ ଗୌରବ ଦିବସ

By Angul TV Bureau

November 23, 2026

ଅନୁଗୋଳ: ନାଲକୋ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସଂଘ ପକ୍ଷରୁ ନାଲକୋ ଅଡିଟୋରିୟମରେ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମଜୟନ୍ତୀ ଓ ଜନଜାତୀୟ ଗୌରବ ଦିବସର ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଛି।

ଏଥିରେ ମୁଖ୍ୟ ଅତିଥି ନାଲକୋ ସିଜିଏମ୍‌ (ଏଚ୍‌ଆର୍‌) ହିମାଂଶୁ ଶେଖର ପ୍ରଧାନ, ମୁଖ୍ୟବକ୍ତା ବନମାଳୀ ବାଗଙ୍କ ସମେତ ଜିତେନ୍ଦ୍ର କୁମାର ସ୍ୱାଇଁ, ଅମର କୁମାର ସାହୁ ଓ ବରିଷ୍ଠ ସାମ୍ବାଦିକ ରଘୁନନ୍ଦନ ଆଚାର୍ଯ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ବକ୍ତାମାନେ ବିର୍ସା ମୁଣ୍ଡାଙ୍କ ଜଳ, ଜଙ୍ଗଲ ଓ ଜମି ସୁରକ୍ଷା ସଂଗ୍ରାମ ସହ ଆଦିବାସୀଙ୍କ ଅଧିକାର ଓ ଶିକ୍ଷାର ଗୁରୁତ୍ୱ ଉପରେ ମତ ରଖିଥିଲେ। ଏହି ଅବସରରେ ଚିତ୍ରାଙ୍କନ, ବକ୍ତୃତା ଓ ତୀରଚାଳନା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଦିଆଯାଇଥିଲା।

ସଭାପତି ଅକ୍ଷୟ କୁମାର ବଦ୍ରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଆଦିବାସୀ ମହିଳା ଓ ଶିଶୁମାନେ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ। ସଂଘର ସାଧାରଣ ସମ୍ପାଦକ କୃଷ୍ଣ ସିଂ ଜଙ୍କ ସୂଚନା ଅନୁଯାୟୀ, ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ସହଯୋଗ ଯୋଗାଇ ଦିଆଯାଉଛି।