ଅନ୍ୟାନ୍ୟ

ଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଜୟନ୍ତୀ ପାଳିତ

By Angul TV Bureau

September 12, 2026

ଅନୁଗୋଳ: କିଶୋରନଗର ବ୍ଲକ୍ ବାମୁରର ବିଶିଷ୍ଟ ଚିତ୍ରଶିଳ୍ପୀ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଜୟନ୍ତୀ ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକ ଉପାଧ୍ୟକ୍ଷ ଲବ କୁମାର ପ୍ରଧାନ, କଳ୍ପତରୁ ସଂଗଠନର ସମ୍ପାଦକ ସୁଧୀର ରଞ୍ଜନ ପ୍ରଧାନ, ସାଧବ ରାଉଳ, ରମାକାନ୍ତ ପ୍ରଧାନ ପ୍ରମୁଖ ଯୋଗଦେଇ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ବକ୍ତାମାନେ ସ୍ୱର୍ଗତ ପ୍ରଧାନଙ୍କ କଳାକୃତି, ସମାଜ ସେବା ଓ ଚିତ୍ରକଳା କ୍ଷେତ୍ରରେ ତାଙ୍କର ଅବଦାନ ବିଷୟରେ ସ୍ମୃତିଚାରଣ କରିଥିଲେ। ସେ ନିଜ ତୂଳୀ ମାଧ୍ୟମରେ ଅଞ୍ଚଳର କଳା ସଂସ୍କୃତିକୁ ବଜାୟ ରଖିବା ସହ ଅନେକ ନବ ପ୍ରତିଭାଙ୍କୁ ପ୍ରେରଣା ଦେଇଥିଲେ ବୋଲି ବକ୍ତାମାନେ କହିଥିଲେ।