ଅନ୍ୟାନ୍ୟ

ମନ୍ତ୍ରୀଙ୍କ ଜନ୍ମ ଦିନରେ କେକ କାଟିଲେ ବିଜେୱାଇଏମ ମୁଖପାତ୍ର

By Biswaranjan Pattnaik

June 27, 2023

ଅନୁଗୁଳ: ଗତ ୨୬ ତାରିଖରେ ନାଲକୋ ଗେଷ୍ଟ ହାଉସ ଠାରେ କେନ୍ଦ୍ର ଶିକ୍ଷା,କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିନ ଅବସରରେ ବିଜେୱାଇଏମ ମୁଖପାତ୍ର ତଥା ବିଜେପି ଯୁବ ନେତା ସୌମ୍ୟରଞ୍ଜନ ସାହୁ ନିଜ ସହକର୍ମୀ ମାନଙ୍କ ସହ କେକ କାଟି ଏବଂ ପୁଷ୍ପ lଗୁଚ୍ଛ ଦେଇ ଶ୍ରୀ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ପ୍ରଧାନ ଶ୍ରୀ ସାହୁଙ୍କୁ ମୋଦି ସରକାର ନୀତି ଆଦର୍ଶ ଜିଲ୍ଲାର ସବୁ ଲୋକଙ୍କ ପାଖରେ କିଭଳି ପହଞ୍ଚିବ ଏବଂ ସଂଗଠନ କିଭଳି ମଜଭୁତ ହେବ ତାହା ଦେଖିବାକୁ ପରାମର୍ଶ ଦେଇଥିଲେ। ଏହି ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଯୁବ ମୋର୍ଚ୍ଚାର ଯୁବ ନେତା କମଳାକାନ୍ତ ସାହୁ,ଆଦର୍ଶ ସାହୁ,ବିଶ୍ୱଜିତ ଧଳ ଏବଂ ସରୋଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇଥିଲେ ।