ମୁଖ୍ୟ ଖବର

ବିଷିରୀ ଯାତ୍ରାର ଖନ୍ଦାଶାଳ ପୂଜା କାର୍ଯ୍ୟକ୍ରମ

By Angul TV Bureau

February 14, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ପେଚାମୁଣ୍ଡି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ବିଷିରୀଙ୍କ ଯାତ୍ରାର ଖନ୍ଦାଶାଳ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମା’ ବିଷୀରିଙ୍କ ଆଶୀର୍ବାଦ ନେବା ସହ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ବିଷିରୀ ଯାତ୍ରାରେ ଆୟୋଜିତ ହୋଇଥିବା ଏକ ସଭାକୁ ସମ୍ବୋଧିତ କରି ପଞ୍ଚାୟତରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟ ଯଥା ଗମନା ଗମନ ସୁବିଧା ପାଇଁ ୧୨ କୋଟି ଟଙ୍କାର ତିନୋଟି ମୁଖ୍ୟ ରାସ୍ତାକୁ ମଞ୍ଜୁର ଦେଇଥିବା ସୂଚନା ଦେଇଥିଲେ।

ଗ୍ରାମରେ ଏକ କୋଠ ଘର ନିର୍ମାଣ ପାଇଁ ବିଧାୟକ ହାତ ପାଣ୍ଠିରୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ତନ୍ମୟ ସାହୁ, ବରିଷ୍ଠ ନେତା ଲିଙ୍ଗରାଜ ଦାସ, ପଞ୍ଚାନନ ସାହୁ, ଭାରତୀୟ ଜନତା ପାର୍ଟି ପାଳଲହଡା ମଣ୍ଡଳର ମଣ୍ଡଳ ସଭାପତି ଆଶିଷ ସାମଲ ଉପସ୍ଥିତ ଥିଲେ।