ଅନୁଗୁଳ: ସ୍ଥାନୀୟ ଉତ୍କଳ ନବ ଜୀବନ ମଣ୍ଡଳ ପରିସରରେ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାଶଙ୍କ ପୌରୋହିତ୍ୟରେ ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଆସନ୍ତା ବିଷୁବ ମିଳନ ଅବସରରେ ପ୍ରଦାନ କରାଯିବାକୁ ଥିବା ବିଭିନ୍ନ ସାରସ୍ୱତ ସମ୍ମାନ ପାଇଁ ପ୍ରତିଭାମାନଙ୍କ ନାମ ସର୍ବସମ୍ମତି କ୍ରମେ ଘୋଷଣା କରାଯାଇଛି।ଚଳିତ ବର୍ଷ ରାଜା ସୋମନାଥ ସିଂହ ସମ୍ମାନ ପାଇଁ ଦିନେଶ ମାଲି, କବି ରାଧାମୋହନ ଗଡ଼ନାୟକ ସମ୍ମାନ ପାଇଁ ମୁକୁନ୍ଦ ଚନ୍ଦ୍ର ଶତପଥୀ ଏବଂ ପବିତ୍ର ମୋହନ ସ୍ମୃତି ସମ୍ମାନ ପାଇଁ ଡ଼ା. ନନ୍ଦକିଶୋର ମହାକୁଡ଼ଙ୍କ ନାମ ଚୟନ କରାଯାଇଛି।
ଏହା ବ୍ୟତୀତ ସଂସଦ ପକ୍ଷରୁ ସାରସ୍ଵତ ସମ୍ମାନ ପାଇଁ ତେତ୍ରାନନ୍ଦ ସାମନ୍ତ, ଗୁଣନିଧି ପ୍ରଧାନ, ମାମୁଲି ସାହୁ, ଦୀପ୍ତିମୟୀ ବିଶ୍ଵାଳ ଏବଂ ନିହାରିକା ସାହୁଙ୍କ ନାମ ଗୃହୀତ ହୋଇଛି। ଆସନ୍ତା ଏପ୍ରିଲ ୧୪ ତାରିଖ ପଣା ସଂକ୍ରାନ୍ତି ବା ବିଷୁବ ମିଳନ ଉତ୍ସବରେ ଏହି ସମସ୍ତ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଶାନ୍ତନୁ କୁମାର ସର, ଯଦୁମଣି ସାହୁ, ରାଧାକାନ୍ତ ମହାନ୍ତି, ବିରଞ୍ଚି ନାରାୟଣ ନାୟକ, ରମେଶ ଚନ୍ଦ୍ର ମିଶ୍ର, ଘନଶ୍ୟାମ ସାହୁ, ଅରୁଣ କୁମାର ସାହୁ, ସାନନ୍ଦ ଚନ୍ଦ୍ର ପରିଡ଼ା, ଶାନ୍ତିଲତା ରଥ, ସରୋଜିନୀ ଦେଇ, ମନୋଜ କୁମାର ବେହେରା ଓ ଅସିତ୍ କୁମାର ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଶିବରାମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।