କଳା ଓ ସଂସ୍କୃତି

‘କଳାକାର’ ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ

By Biswaranjan Pattnaik

March 27, 2024

ଅନୁଗୁଳ: ଆଜି ଅପରାହ୍ନରେ ଜିଲ୍ଲା ପାଠାଗାର ପରିସରରେ ଅନୁଗୁଳ ର ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ “କଳାକାର” ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ ମୁଖ୍ୟ ଅତିଥି ରୁପେ ସମାରୋହକୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତା ରୂପେ ଅନୁଗୁଳ ସ୍ଵୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ଯୋଗ ଦେଇ ପ୍ରଚ୍ଛଦପଟ କଳାକାରଙ୍କ ସମେତ ଅନ୍ୟ ମୁଖ୍ୟ କଳାକାର ମାନଙ୍କୁ ପ୍ରୋତ୍ସାହିତ କରାଯିବା ସହ ମଞ୍ଚ ନାଟକକୁ କିଭଳି ଅଧିକ ମନୋରଞ୍ଜନ ଧର୍ମୀ କରାଯାଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ। ମେକ୍ଅପ୍ ମ୍ୟାନ,ମଞ୍ଚ ସଂଯୋଜକ, ପ୍ରପ୍ ମାଷ୍ଟର,ଅତ୍ୟାଧୁନିକ ଆଲୋକ ସମ୍ପାତ ଟେକ୍ନିସୀୟାନ,ସାଉଣ୍ଡ ଇଞ୍ଜିନିୟର ଆଦି ନାଟକର ପ୍ରଚ୍ଛଦପଟ ରେ ରହି ମଞ୍ଚ ନାଟକ କୁ ଅଧିକ ବାସ୍ତବଧର୍ମୀ କରିଥାନ୍ତି ବୋଲି ଶ୍ରୀ ସର ମଧ୍ୟ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ରୁପେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ନବଦିପ୍ ମହାଳିକ,କଳାକାର ସଭାପତି ଭୂପେଶ ପ୍ରଧାନ,ସମ୍ପାଦକ ବିଭୂତି ଭୂଷଣ ମହାପାତ୍ର ପ୍ରମୁଖ ଯୋଗ ଦେଇ ସାଂପ୍ରତିକ ସମାଜରେ ମଞ୍ଚ ନାଟକ ର ଭୂମିକା ଉପରେ ଆଲୋଚନା କରିଥିଲେ ।

ସମାରୋହରେ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ର ଜିଲ୍ଲା ସଦସ୍ୟା ଗୁରୁ ସ୍ବପ୍ନାରାଣୀ ସିହ୍ନା ଙ୍କୁ ମୁଖ୍ୟ ଅତିଥି ସମ୍ବର୍ଧିତ କରିଥିଲେ।ସମାରୋହ ର ଆଲୋଚନାଚକ୍ର “ନାଟକରେ ପ୍ରଚ୍ଛଦପଟ କଳାକାରଙ୍କ ଭୂମିକା” ଉପରେ ସରୋଜ ପାଣିଗ୍ରାହୀ,ରବୀନ୍ଦ୍ର ପ୍ରସାଦ ସାହୁ,ଆଇନଜୀବି ବସନ୍ତ ଦାସ,ନାଟ୍ୟକାର ବିଜୟ ଦାସ,ବିଶ୍ବରଂଜନ ପଟ୍ଟନାୟକ ପ୍ରମୁଖ ନି ନିଜର ମତବ୍ୟକ୍ତ କରିଥିଲେ। ବୈରାଗୀ ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଅନ୍ତର୍ଜାତୀୟ ନାଟ୍ୟକାର ଜନ ଫୁସିଙ୍କ ବାର୍ତ୍ତା ପାଠ କରିଥିଲେ। ଶେଷରେ କଳାକାରର ଉପ ସଭାପତି ବିରେନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।