ଅନ୍ୟାନ୍ୟ

କଳାକାର ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ

By Biswaranjan Pattnaik

March 27, 2023

ଅନୁଗୁଳ: ଅନୁଗୁଳ ସଂସ୍କୃତି ବିଭାଗ ପାଠାଗାର ଠାରେ ଆଜି ଅପରାହ୍ନରେ ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି। କଳାକାର ସଭାପତି ଭୁପେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ଵ ନାଟ୍ୟ ଦିବସର ମହତ୍ତ୍ଵ ଏବଂ ମଞ୍ଚ ନାଟକର ଲୋକପ୍ରିୟତା ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ନବଦିପ୍ ମହାଳିକ ସମାଜକୁ ବାର୍ତା ଓ ମନୋରଞ୍ଜନ ଯୋଗାଇବାରେ ମଞ୍ଚ ନାଟକର ପ୍ରଭାବଶାଳୀ ଭୂମିକା ରହିଛି ବୋଲି କହିଥିଲେ। ସମ୍ପାଦକ ପ୍ରଶାନ୍ତ ରଥ କଳାକାର ଅନୁଷ୍ଠାନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବାବେଳେ ସଭାପତି ଭୁପେଶ ପ୍ରଧାନ ସ୍ଵାଗତ ଭାଷଣ ଦେଇଥିଲେ। ସମାରୋହରେ ବିଶ୍ଵ ନାଟ୍ୟ ଦିବସର ସ୍ଵତନ୍ତ୍ର ବାର୍ତା ପାଠ କରାଯାଇଥିଲା।ବିଶିଷ୍ଟ ନାଟ୍ୟ ଅଭିନେତା ଦୁଃଖବନ୍ଧୁ ସାହୁଙ୍କୁ ତାଙ୍କ ମଞ୍ଚ ନାଟକ ପ୍ରତି ଥିବା ଅବଦାନ ପାଇଁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବୈରାଗୀ ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସମାରୋହରେ ସୁସ୍ଥ ସମାଜ ଗଠନରେ ମଞ୍ଚ ନାଟକର ଭୂମିକା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବହୁ ବୁଦ୍ଧିଜୀବୀ ଓ ନାଟ୍ୟ ପ୍ରେମୀ ଏଥିରେ ଭାଗ ନେଇ ମଞ୍ଚ ନାଟକ ବାର୍ତା ସୁସ୍ଥ ସମାଜ ଗଠନ ଦିଗରେ ବିଶେଷ ସହାୟକ ବୋଲି ମତ ଦେଇଥିଲେ।