ଅନ୍ୟାନ୍ୟ

ହିଙ୍ଗୁଳା ପୀଠରେ ଆରମ୍ଭ ହେଲା ୪୧ତମ ବିଶ୍ୱଶାନ୍ତି ଚଣ୍ଡୀ ମହାଯଜ୍ଞ

By Angul TV Bureau

November 22, 2026

ଅନୁଗୋଳ: ପବିତ୍ର ପଞ୍ଚୁକ ଅବସରରେ ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳାଙ୍କ ପୀଠରେ ୪୧ତମ ବିଶ୍ୱଶାନ୍ତି ଚଣ୍ଡୀ ମହାଯଜ୍ଞ ଆରମ୍ଭ ହୋଇଛି। ପାଞ୍ଚଦିନ ବ୍ୟାପୀ ଏହି ଯଜ୍ଞ ପାଇଁ ୪୦୦ରୁ ଊର୍ଦ୍ଧ୍ୱ ମହିଳା ଶ୍ରଦ୍ଧାଳୁ ସିଙ୍ଗଡ଼ା ନଦୀରୁ କଳସ ଶୋଭାଯାତ୍ରାରେ ପବିତ୍ର ଜଳ ଆଣି ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ।

ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ ପୌରୋହିତ୍ୟରେ ସୂର୍ଯ୍ୟପୂଜା, ଯଜ୍ଞାଧିବାସ ଓ ଦେବଦେବୀଙ୍କ ଆବାହନ ଆଦି ବିଧି ସମ୍ପନ୍ନ ହୋଇଛି। ଆସନ୍ତା ମଙ୍ଗଳବାର ପୂର୍ଣ୍ଣାହୂତି ସହ ଯଜ୍ଞ ସମାପନ ହେବ। ଦୀର୍ଘ ୪୦ ବର୍ଷ ଧରି ମା’ ହିଙ୍ଗୁଳା ବିଶ୍ୱଶାନ୍ତି ଯଜ୍ଞାନୁଷ୍ଠାନ ଓ ଗୋପାଳପ୍ରସାଦ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଏହି ଯଜ୍ଞ ଆୟୋଜିତ ହୋଇଆସୁଛି।