ଅନ୍ୟାନ୍ୟ

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ମହାଆଡ଼ମ୍ବରରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଆୟୋଜିତ

By Angul TV Bureau

September 18, 2023

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ପ୍ଲାଣ୍ଟ ପରିସରରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ଧୁମଧାମରେ ଅନୁଷ୍ଠିତ ହୋଇଛି। ପୂଜାରେ ଗୋଷ୍ଠୀ ସମୁଦାୟ ଓ କର୍ମଜୀବୀମାନେ ଭାଗ ନେଇଥିଲେ। ଏ ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ ଏବଂ ତାଙ୍କ ଧର୍ମପତ୍ନୀ ଅନିତା ମିତ୍ତଲଙ୍କ ସହ ବିଭିନ୍ନ ବିଭାଗୀୟ ମୁଖ୍ୟ ଅତୁଲ ଦୁବେ, ଶ୍ୟାମ ମାହେଶ୍ବରୀ, ସୁଭାଷ ଚନ୍ଦର, ଶରତ ପଣ୍ଡା, ବ୍ରିଗେଡିଏର ଡି. ବି. ପାଣି ଏବଂ ଅନ୍ୟାନ୍ୟ ଅଧିକାରୀ ପରିବାର ସହ ଯୋଗ ଦେଇଥିଲେ। ସେହିପରି ଜିନ୍ଦଲ ନଗର ଦେବଭୂମି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ପ୍ରଭୁ ଶ୍ରୀ ବିଶ୍ବକର୍ମାଙ୍କ ପାଖରେ ଏକ ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା। ଶ୍ରମିକ ବିହାର ଠାରେ ମଧ୍ୟ ପ୍ରଭୁ ଶ୍ରୀ ବିଶ୍ବକର୍ମାଙ୍କ ପୂଜା ଆୟୋଜିତ ହୋଇଥିଲା।