ମୁଖ୍ୟ ଖବର

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ବିଶ୍ୱକର୍ମା ପୂଜା ଆୟୋଜିତ

By Angul TV Bureau

September 17, 2024

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଅନୁଗୁଳ ପ୍ଲାଣ୍ଟ ପରିସରରେ ଦେବଶିଳ୍ପୀ ପ୍ରଭୁ ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଛି। ଏଥିରେ ପ୍ଲାଣ୍ଟର କର୍ମଚାରୀ, ଅଧିକାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅନେକ ଲୋକ ପ୍ରଭୁ ବିଶ୍ଵକର୍ମାଙ୍କ ଦର୍ଶନ କରିବା ସହିତ ଆଶୀର୍ବାଦ ନେଇଥିଲେ।

ପ୍ଲେଟ୍ ମିଲ୍ ପରିସରରେ ହୋଇଥିବା ଏହି ପୂଜାରେ ଅନୁଗୁଳ ପ୍ଲାଣ୍ଟ ମୁଖ୍ୟ ପଙ୍କଜ ମଲହାନ, ତାଙ୍କ ଧର୍ମପତ୍ନୀ ସୀମା ମଲହାନ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ, ତାଙ୍କ ଧର୍ମପତ୍ନୀ ଅନିତା ମିତ୍ତଲଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ ଅଂଶଗ୍ରହଣ କରିଥିଲେ।

ଏହା ବ୍ୟତୀତ ଦେବଭୂମି ଜିନ୍ଦଲ ନଗରଠାରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ଶ୍ରମିକ ବିହାରରେ ମଧ୍ୟ ବିଶ୍ୱକର୍ମା ଅନୁଷ୍ଠିତ ହୋଇଥିଲା। ଏଠାରେ ଜିନ୍ଦଲ ନଗରବାସୀଙ୍କ ସହ ବହୁ ସଂଖ୍ୟାରେ ଶ୍ରମଜୀବୀ ଯୋଗ ଦେଇ ପ୍ରାର୍ଥନା କରିଥିଲେ। କାର୍ଯ୍ୟକ୍ରମରେ ସୁଭାଷ ଚନ୍ଦେର, ଶରତ ପଣ୍ଡାଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।