ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ ବାଗେଡିଆ ପଞ୍ଚାୟତର ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ବରଜୁରା ଆମ୍ଭ ତୋଟା ଠାରେ ଛେଣ୍ଡିପଦା ବିଧାୟକଙ୍କ ପ୍ରତି ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବୈଠକରେ ବିଧାୟକ ବିଭିନ୍ନ ଦଳରୁ ଆସିଥିବା ଲୋକଙ୍କ ପ୍ରରୋଚନାରେ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଥିବା ନେଇ ଆଲୋଚନା ହୋଇଥିଲା। ବିଧାୟକ ଅନ୍ୟ ଦଳରୁ ଆସିଥିବା ଲୋକଙ୍କୁ ଠିକାଦାରୀ କରାଉଥିବା ବେଳେ ପୁରୁଣା କର୍ମୀଙ୍କୁ ଅଣଦେଖା କରୁଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଦଳୀୟ କର୍ମୀଙ୍କର ଏହି ଅସନ୍ତୋଷ ଆଗାମୀ ଦିନରେ ପ୍ରତିଦ୍ବନ୍ଦ୍ୱୀ ଦଳ ପାଇଁ ସହାୟକ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ବୈଠକରେ ବରିଷ୍ଠ ବିଜେଡି କର୍ମୀ ଅବନୀକାନ୍ତ ସାହୁ, ହରି ଦେହୁରୀ, ସନାତନ ମାଝୀ, ବୈଲଚନ ପ୍ରଧାନ, ଉପେନ୍ଦ୍ର ବେହେରା, ବାଳକୃଷ୍ଣ ବେହେରା, କାହ୍ନୁଚରଣ ସାହୁ, ଶଙ୍କର ସାହୁ, ଯୋଗିନାଥ ବେହେରା ପ୍ରମୁଖ ଦୁଇ ଶହରୁ ଊର୍ଦ୍ଧ୍ଵ ଅସନ୍ତୁଷ୍ଟ ବିଜେଡି କର୍ମୀ ଯୋଗ ଦେଇଥିଲେ।