ମୁଖ୍ୟ ଖବର

ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ବିଜେଡିର ଡିଜିଟାଲ କର୍ମଶାଳା, ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଉପରେ ଗୁରୁତ୍ୱ

By Sanjeeb Biswal

April 10, 2023

ଛେଣ୍ଡିପଦା: ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଶଳା କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳ ପକ୍ଷରୁ ସାଙ୍ଗଠନିକ ବୈଠକ ଓ ଡିଜିଟାଲ କର୍ମଶାଳା ଆୟୋଜିତ ହୋଇଛି। ବୈଠକରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛେଣ୍ଡିପଦା ଓ ବଅଁରପାଳ ବ୍ଲକର ବିଜୁ ଜନତା ଦଳ, ବିଜୁ ଯୁବ ଜନତା ଦଳ, ଛାତ୍ର ଜନତା ଦଳ ଓ ମହିଳା ଜନତା ଦଳର ସମସ୍ତ ଜିଲ୍ଲା କର୍ମକର୍ତ୍ତା, ବ୍ଲକ ସଭାପତି ଓ ଡିଜିଟାଲ ସମ୍ପାଦକ ସାମିଲ ହୋଇଥିଲେ। ଏ ଅବସରରେ ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ ବିଜୁ ଜନତା ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଆଲୋଚନା କରାଯିବା ସହିତ ଦାୟିତ୍ବ ବଣ୍ଟନ କରାଯାଇଥିଲା। ଆଗାମୀ ୧୫ ଦିନ ଭିତରେ ସମସ୍ତ ଛାମୁଆ ସଙ୍ଗଠନର ବ୍ଲକ କମିଟି, ପଞ୍ଚାୟତ କମିଟି ସମ୍ପୂର୍ଣ୍ଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ସମେତ ବସୁଧାର ଉପଦେଷ୍ଟା ଦିନେଶ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁ, ବ୍ଲକ ସଭାପତି ଶରତ ଗଡନାୟକ, ଉପଦେଷ୍ଟା ହରମୋନ ସାହୁ, ବିଧାୟକଙ୍କ ପ୍ରତିନିଧି ନାରାୟଣ ସାହୁ, ସନ୍ତୋଷ ଦାସ, ବିଜୁ ଯୁବ ଜନତା ଦଳର ନିର୍ବାଚନ ମଣ୍ଡଳୀ ସଭାପତି ସତ୍ୟବ୍ରତ ଦେହୁରୀ, ବ୍ଲକ ସଭାପତି ଆଶିଷ କୁମାର ପ୍ରଧାନ, ମହିଳା ସଭାନେତ୍ରୀ ତୃପ୍ତିମଞ୍ଜରୀ ଗଡନାୟକ ଓ ଛାତ୍ର ସଭାପତି ବିଷ୍ଣୁଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।