ଅନ୍ୟାନ୍ୟ

ତାଳଚେର ପୌରାଞ୍ଚଳ ସାଙ୍ଗଠନିକ ବୈଠକ: ଦଳ ପାଇଁ କାମ କରିବାକୁ ଉତ୍ସାହିତ କଲେ ବିଧାୟକ ପ୍ରାର୍ଥୀ ବ୍ରଜକିଶୋର ଓ ସାଂସଦ ପ୍ରାର୍ଥୀ ଅବିନାଶ

By Angul TV Bureau

April 27, 2024

ତାଳଚେର: ସାଧାରଣ ନିର୍ବାଚନ ପାଇଁ ତାଳଚେର ପୌରାଞ୍ଚଳରେ ପ୍ରାକ ନିର୍ବାଚନ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ପବିତ୍ର ମୋହନ ଛକ ସ୍ଥିତ ବିଜୁଜନତା ଦଳର ନିର୍ବାଚନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ବୈଠକରେ ତାଳଚେର ବିଧାୟକ ତଥା ଚଳିତ ନିର୍ବାଚନ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ବ୍ରଜକିଶୋର ପ୍ରଧାନ ଓ ସାଂସଦ ପ୍ରାର୍ଥୀ ଡାକ୍ତର ଅବିନାଶ ସାମଲ ଯୋଗଦେଇ ଉପସ୍ଥିତ କର୍ମୀ ମାନଙ୍କୁ ଦଳ ପାଇଁ କାମ କରିବାକୁ ଉତ୍ସାହିତ କରିଥିଲେ।

ଏ ଅବସରରେ ସେ କହିଥିଲେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ମହିଳାଙ୍କ ପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା, ବିକାଶର ବାର୍ତ୍ତା ପ୍ରତି ଘରେ ପହଞ୍ଚାଅ। ବିରୋଧୀଙ୍କୁ ହେୟଜ୍ଞାନ ନ କରି ଅକ୍ଲାନ୍ତ ପରିଶ୍ରମ କରିବାକୁ ମଧ୍ୟ ଉଭୟ ନେତା କହିଥିଲେ।

ଏହି ସାଙ୍ଗଠନିକ ବୈଠକରେ ଏକ ହଜାରରୁ ଅଧିକ ମହିଳା ଯୁବକ ଛାତ୍ର ଓ ଦଳୀୟ ସମର୍ଥକମାନେ ଯୋଗଦେଇ ଥିଲେ।