ମୁଖ୍ୟ ଖବର

ତାଳଚେରରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ: କଠିନ ପରିଶ୍ରମ କରିବାକୁ କର୍ମୀଙ୍କୁ ଆହ୍ୱାନ

By Angul TV Bureau

December 26, 2023

ତାଳଚେର: ତାଳଚେରରେ ବିଜେଡିର ୨୭ ତମ ପ୍ରତିଷ୍ଠା ଦିବସ ବେଶ୍ ଧୁମ୍ ଧାମରେ ପାଳିତ ହୋଇଛି। ତାଳଚେର ପୌର ପରିଷଦର ନଗର ପାଳ ପବିତ୍ର ଭୂତିଆଙ୍କ ନେତୃତ୍ୱରେ ବସଷ୍ଟାଣ୍ଡ ସମ୍ମୁଖରେ ରହିଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ବିଧାୟକ ବ୍ରଜକିଶୋର ପ୍ରଧାନ ମାଲ୍ୟାର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସମବାୟ ସମିତି ସଭାପତି ସନ୍ତୋଷ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ହେମଲତା ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟା ସତ୍ୟଭାମା ସାହୁ,ଉପନଗରପାଳ ଶୁଭସ୍ମିତା ପ୍ରଧାନ, ପୌର ପରିଷଦର ସମସ୍ତ କାଉନସିଲର, ଦଳୀୟ କର୍ମୀ ପ୍ରମୁଖ ଯୋଗଦେଇଥିଲେ।

ଏହା ପରେ ତାଳଚେର ସରକାରୀ ମଣ୍ଡପାଳ ଚିକିତ୍ସାଳୟକୁ ଯାଇ ରୋଗୀଙ୍କୁ ଭେଟି ଭଲମନ୍ଦ ବୁଝିବା ସହ ଫଳ ବଣ୍ଟନ କରିଥିଲେ। ଅପରାହ୍ନରେ ବିଧାୟକ ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେରେ ସ୍ଥାନୀୟ ଜଗନ୍ନାଥ କଳା କେନ୍ଦ୍ର କଲ୍ୟାଣ ମଣ୍ଡପ ଠାରେ କର୍ମୀ, ନିର୍ବାଚିତ ପ୍ରତିନିଧି ଓ ସମସ୍ତ ବିଜୁ ପ୍ରେମୀଙ୍କୁ ନେଇ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା।

ଏହି ଉପଲକ୍ଷେ ବିଜେଡିର ଜନହିତକର କଲ୍ୟାଣ ଯୋଜନା କିପରି ସମସ୍ତଙ୍କ ଘରେ ପହଞ୍ଚାଯିବ, ସେଥିପାଇଁ ସମସ୍ତ କର୍ମୀ କଠିନ ପରିଶ୍ରମ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ।