ମୁଖ୍ୟ ଖବର

ଲକ୍ଷ୍ମୀ ବସ୍ ବନ୍ଦ ଓ ଅଧପନ୍ତରିଆ ରାସ୍ତା କାମକୁ ନେଇ ତେଜିଲା ଜନଅସନ୍ତୋଷ: ୧୨ ତାରିଖରୁ ଗଣଧାରଣା ଦେବ ବିଜେଡି

By Angul TV Bureau

May 08, 2026

ଅନୁଗୁଳ: ୪ ଦଫା ଦାବି ପୂରଣ ଦାବିରେ ପାଳଲହଡ଼ା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମୁଖ୍ୟତଃ ସିବିତା-ଖଡ଼କା-କୁମ୍ଭାରମାଟି ରାସ୍ତା ନିର୍ମାଣରେ ସଲେଇ ଓ ବରୁଣଡିହ ଅଞ୍ଚଳକୁ ବାଦ୍ ଦିଆଯିବାକୁ ନେଇ ଦଳୀୟ କର୍ମକର୍ତ୍ତା ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବ ସରକାରଙ୍କ ସମୟରେ ୪୩ କୋଟି ଟଙ୍କାର ବ୍ୟୟ ଅଟକଳରେ ଏହି ପ୍ରକଳ୍ପ ପାଇଁ ଟେଣ୍ଡର ସରିଥିଲେ ହେଁ, ବର୍ତ୍ତମାନ କାହା ଇଙ୍ଗିତରେ କାମ ବନ୍ଦ ରହିଛି ସେନେଇ ତଦନ୍ତ ସହ ତୁରନ୍ତ କାର୍ଯ୍ୟାରମ୍ଭ ପାଇଁ ଦାବି ହୋଇଛି।

ଏଥିସହିତ ଉପାନ୍ତ ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ‘ଲକ୍ଷ୍ମୀ ବସ୍’ ସେବା ପୁନଃ ପ୍ରଚଳନ, ନଗିରା ଓ ବରଡିହ ପଞ୍ଚାୟତରେ ଅଚଳ ସୌର ଜଳ ପ୍ରକଳ୍ପ ସଂସ୍କାର ଏବଂ ସଲେଇ ଗ୍ରାମକୁ ବିଦ୍ୟୁତ ଯୋଗାଣ ସ୍ବାଭାବିକ କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି। ବ୍ଲକ ସଭାପତି ରଞ୍ଜିତ ବିଶ୍ୱାଳଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ସହକାରୀ ଜିଲ୍ଲାପାଳ ସୌମ୍ୟାଶ୍ରୀ ପରିଡ଼ାଙ୍କୁ ଏହି ପତ୍ର ପ୍ରଦାନ କରିଛନ୍ତି। ଦାବି ପୂରଣ ନହେଲେ ୧୨ ତାରିଖରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।