ଅନ୍ୟାନ୍ୟ

ବିଜେଡି ଲିଗାଲ ଫ୍ରଣ୍ଟର ବୈଠକ: ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜୟଯୁକ୍ତ କରିବାକୁ ନିବେଦନ

By Angul TV Bureau

May 05, 2024

ଅନୁଗୁଳ: ଅନୁଗୁଳ ବିଜେଡି ଲିଗାଲ ଫ୍ରଣ୍ଟ ଜିଲ୍ଲା ଶାଖାର ବାର୍ଷିକ ବୈଠକ ସ୍ଥାନୀୟ ହୋଟେଲ ଠାରେ ଅନୁଷ୍ଠିତ ହୋଇଛି। ବିଜେଡି ଲିଗାଲ ଫ୍ରଣ୍ଟ ସଭାପତି ବରିଷ୍ଠ ଆଇନଜୀବୀ ତଥା ସରକାରୀ ଓକିଲ ପରମାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ନବୀନ ବାବୁଙ୍କର କେହି ବିକଳ୍ପ ନାହାନ୍ତି। ସେ କମ କଥା କହନ୍ତି, କାର୍ଯ୍ୟରେ ବିଶ୍ୱାସ ରଖନ୍ତି। ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବାକୁ ହେଲେ ନିର୍ବାଚନରେ ବିଜେଡି ଲୋକସଭା ଓ ବିଧାନସଭା ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଜୟଯୁକ୍ତ କରିବାକୁ ପଡିବ ବୋଲି ଆଇନଜୀବୀଙ୍କୁ ନିବେଦନ କରିଥିଲେ।

ବୈଠକରେ ଅନ୍ୟତମ ଅତିଥି ବିଜେଡି ଲିଗାଲ ଫ୍ରଣ୍ଟର ରାଜ୍ୟ ସଭାପତି ମିଳନ କାନୁନଗୋ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଅନୁଗୁଳ ବିଧାନସଭାର ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ, ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ, ଉପାଧ୍ୟକ୍ଷ ରାଜୀବ କୁମାର ମହାନ୍ତି, ବିଜେଡି ଲିଗାଲ ଫ୍ରଣ୍ଟ କଟକ ସଭାପତି ଗୋପାଳ ଅଗ୍ରୱାଲ, ଅନୁଗୁଳ ବିଜେଡି ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ବିଜେଡି ଲିଗାଲ ଫ୍ରଣ୍ଟ, ଢେଙ୍କାନାଳ ଜିଲ୍ଲା ସଭାପତି ଗୋପାଳ ପାତ୍ର, ତାଳଚେର ଓକିଲ ସଂଘ ସଭାପତି ଚିତ୍ତରଞ୍ଜନ ରାଉତ, ଛେଣ୍ଡିପଦା ଓକିଲ ସଂଘ ସଭାପତି ନଗେନ କୁମାର ନନ୍ଦ, ଆଠମଲ୍ଲିକ ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଅସିତ କୁମାର ଦେଓ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଧ୍ରୁବ ଚରଣ ସାହୁ, ପାର୍ଥସାରଥୀ ପ୍ରଧାନ, ସୁନୀଲ କୁମାର ସାହୁ,ବିନୋଦ କୁମାର ସାମଲ, ଶ୍ରିୟଙ୍କା ପ୍ରିୟଦର୍ଶିନୀ ନନ୍ଦ ପ୍ରମୁଖ ଆଇନଜୀବୀ ସହଯୋଗ କରିଥିଲେ। ବୈଠକରେ ଅନୁଗୁଳ, ତାଳଚେର, ଆଠମଲ୍ଲିକ, ପାଳଲହଡା, ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ଶତାଧିକ ଆଇନଜୀବୀ ଯୋଗ ଦେଇଥିଲେ।