ଅନ୍ୟାନ୍ୟ

ବାଗଡ଼ିଆରେ ବିଜେଡିର ମହିଳା ସମାବେଶ: ମହିଳା ସଶକ୍ତିକରଣ ପାଇଁ ନବୀନ ପଟ୍ଟନାୟକଙ୍କୁ ଭୋଟ୍ ଦେବାକୁ ଅପିଲ

By Sanjeeb Biswal

May 20, 2024

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବାଗଡିଆ ଠାରେ ରବିବାର ବିଜେଡିର ମହିଳା ସମାବେଶ ଅନୁଷ୍ଠିତ ହୋଇଛି। ସା‌ଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ଛେଣ୍ଡିପଦା ଓ କୋଶଳା ଠାରେ ଶକ୍ତି ପ୍ରଦର୍ଶନ କରାଯାଇଥିବା ବେଳେ ରବିବାର ବାଗଡ଼ିଆ ପଞ୍ଚାୟତରେ ମହିଳାମାନଙ୍କୁ ନେଇ ବାଗଡିଆ ପଞ୍ଚାୟତର ମହିଳାକର୍ମୀମାନଙ୍କ ନେତୃତ୍ୱରେ ଏକ ମହିଳା ସମାବେଶ ଆୟୋଜନ କରାଯାଇଛି।

ଏହି ସମାବେଶରେ ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା ଯୋଗ ଦେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣ ପାଇଁ ନେଇଥିବା ଗୁରୁ୍ତ୍ବପୂର୍ଣ୍ଣ ପଦକ୍ଷେପ କଥା କହିଥିଲେ। ମହିଳା ମାନଙ୍କର ସାମାଜିକ, ଅର୍ଥନୈତିକ ବିକାଶ ପାଇଁ ବିଜେଡି ସରକାର ସଂକଳ୍ପବଦ୍ଧ। ଅଞ୍ଚଳର ବିକାଶ ପାଇଁ ଚଳିତ ନିର୍ବାଚନରେ ଯୋଡିଶଙ୍ଖରେ ବିପୁଳ ମାତ୍ରା ଭୋଟ ଦେଇ ବିଜୁ ଜନତା ଦଳର ହାତ ମୁଠାକୁ ମଜଭୁତ କରିବା ପାଇଁ ସେ ନିବେଦନ କରିଥିଲେ।

ଏହି ସମାବେଶରେ ବାଗଡ଼ିଆ ସରପଞ୍ଚ ପୁଷ୍ପଲତା ବେହେରା, ଜଲିବାଳା ବେହେରା, ଗୀତାଞ୍ଜଳି ବେହେରା, ସୌଦାମିନୀ ବେହେରା, ସୀତା ବେହେରାଙ୍କ ସମେତ ୫୦୦ରୁ ଅଧିକ ମହିଳା ସାମିଲ ହୋଇଥିଲେ।