ଅନ୍ୟାନ୍ୟ

ବିଜେପି ଓ କଂଗ୍ରେସ ଛାଡ଼ି ବିଜେଡିର ଯୋଗ ଦେଲେ ଏକାଧିକ ବଡ଼ ନେତା

By Angul TV Bureau

May 17, 2024

 

ଅନୁଗୁଳ: କଂଗ୍ରେସ ଦଳ ପରିତ୍ୟାଗ କରି ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ଅମୂଲ୍ୟ ବେହେରା ଆଜି ସହଯୋଗୀଙ୍କ ସହିତ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ସେହିଭଳି ଅନୁଗୁଳ ପୌରପାଳିକା ୱାର୍ଡ ନଂ ୯ର ଆଗ ଧାଡ଼ିର ବିଜେପି ନେତ୍ରୀ ଅନିତା ସାହୁ ବିଜେପି ଦଳ ଛାଡି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ପ୍ରକାଶ ଯେ ଅନିତା ସାହୁ ହେଉଛନ୍ତି ସେତେବେଳର ୯ ନଂ ୱାର୍ଡ କଂଗ୍ରେସ କାଉନସିଲର ପ୍ରାର୍ଥୀ ତଥା ବର୍ତ୍ତମାନର ନଗର ଯୁବ ବିଜେପି ସଭାପତି ସୌମ୍ୟରଂଜନ ସାହୁଙ୍କ ମା’।