ଅନ୍ୟାନ୍ୟ

ଗାନ୍ଧି ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀରେ ପଦ ଯାତ୍ରା ଆରମ୍ଭ କଲା ବିଜେଡି

By Angul TV Bureau

October 02, 2022

ଅନୁଗୁଳ: ଜନ ସମ୍ପର୍କ ପଦଯାତ୍ରାର ପ୍ରଥମ ଦିନରେ ଆଜି ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ବରେ ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ , ଗାନ୍ଧି ଉଦ୍ୟାନ ଓ ଶିମିଳିପଡା ଛକରେ ଅହିଂସା ଓ ସତ୍ୟର ଅନନ୍ୟ ପ୍ରତୀକ ଜାତିର ଜନକ ମହାତ୍ମାଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରାଯାଇ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି।

କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ଚନ୍ଦ୍ରକାନ୍ତ ପ୍ରଧାନ, ମମତା ପ୍ରଧାନ, ବବିତା ନାଏକ, ସୁନୀତା ନାଏକ, ପ୍ରକାଶ ଭୋଇ, ସଞ୍ଜୀବ ସାହୁ, ପ୍ରଶାନ୍ତ ଦେହୁରୀ, ତାପସ ପାଲ୍, ଅନୀଲ ଭୂୟାଁ, ମନୋରଞ୍ଜନ ତ୍ରିପାଠୀ, ସୌରଭ ବେହେରା, ଅବିନାଶ ସାହୁ, ଛାତ୍ର ନେତା କାହ୍ନୁ ଚରଣ ନାଏକ ଓ ଶୁଭମ କୁମାର ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।