ଅନ୍ୟାନ୍ୟ

ବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ, ଶଙ୍ଖ ଧରିଲେ ବିଜେପିର ୧୮ କର୍ମୀ

By Angul TV Bureau

May 17, 2024

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀର ବଅଁରପାଳ ବ୍ଲକ ଅନ୍ତର୍ଗତ ତଳମୂଳ ଶାସନ ପଞ୍ଚାୟତରେ ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟିକା ପ୍ରାର୍ଥୀ ସଂଯୁକ୍ତା ସିଂହ, ବିଧାୟକ ରଜନୀକାନ୍ତ ସିଂହ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଜିଲ୍ଲା ବିଜେଡି ଉପ ସଭାପତି ବାଉରୀ ବନ୍ଧୁ ସାହୁ, ୨୭ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ଚନ୍ଦ୍ର ନାଏକ, ସୁବାଷ ଚନ୍ଦ୍ର ପଟ୍ଟନାୟକ, ପଞ୍ଚାୟତର ବିଜୁ ଜନତା ଦଳ ସଭାପତି ଓ ଅନ୍ୟ ନେତୃବୃନ୍ଦ ଆଗାମୀ ନିର୍ବାଚନ ରଣନୀତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

କିପରି ଯୋଡ଼ି ଶଙ୍ଖରେ ଲୋକମାନେ ଭୋଟ ଦେବେ ସେ ନେଇ ଉପସ୍ଥିତ ଅତିଥିମାନେ ଉଦବୋଧନ ଦେଇଥିଲେ। ଏହି ସମ୍ମିଳନୀରେ ଖନ୍ଦାନାଳୀ ଗ୍ରାମର ବିଜେପିର ୧୮ଜଣ ଯୁବକ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ।