ଅନୁଗୋଳ: ବିଜୁ ଜନତା ଦଳ ପକ୍ଷରୁ ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ଅକ୍ଟୋବର ୧୧ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ଯ୍ୟନ୍ତ ହେବାକୁ ଥିବା ‘ଜନ ସମ୍ପର୍କ ପଦଯାତ୍ରା’କୁ ସଫଳ କରିବା ପାଇଁ ଅନୁଗୋଳରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ଜିଲ୍ଲା ବିଜେଡି ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଅଧ୍ୟକ୍ଷତା କରିଥିଲେ।
ବୈଠକରେ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ, ପୂର୍ବତନ ପାଳଲହଡ଼ା ବିଧାୟକ ମୁକେଶ ପାଲ, ଅନୁଗୋଳ ପୌରପରିଷଦ ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ଯୁବ ସଭାପତି ଅରୁଣାଭ ସିଂହ, ଛାତ୍ର ସଭାପତି ଶୁଭ୍ରାଂଶୁ ଶେଖର ଜିତଙ୍କ ସମେତ ବିଭିନ୍ନ ବ୍ଲକ୍ର ସଭାପତି, ପଦାଧିକାରୀ, କାଉନସିଲର ଓ କର୍ମୀମାନେ ଯୋଗଦେଇଥିଲେ। ପଦଯାତ୍ରାକୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଏହାର ସୁଚାରୁ ଆୟୋଜନ ନେଇ ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା।