ଅନ୍ୟାନ୍ୟ

ସମିତିସଭ୍ୟ ନିର୍ବାଚନରେ ବିଜେଡିର ଜସ୍ମିତାଙ୍କ ବାଜିମାତ୍, ୯୯୯ ଖଣ୍ଡ ଭୋଟରେ ପ୍ରତିଦ୍ବନ୍ଦ୍ୱୀଙ୍କୁ ଚଟାଇଲେ ଧୂଳି

By Angul TV Bureau

May 28, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାନକେରଜାଙ୍ଗ ପଞ୍ଚାୟତରେ ସମିତିସଭ୍ୟ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀନୀ ଜସ୍ମିତା ପ୍ରଧାନ ବିଜୟୀ ହୋଇଛନ୍ତି। ସେ ପ୍ରତିପକ୍ଷ ପ୍ରତିଦ୍ବନ୍ଦ୍ୱୀ ରୀନା ପ୍ରଧାନଙ୍କୁ ୯୯୯ ଖଣ୍ଡ ଭୋଟରେ ଧୂଳି ଚଟାଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଭୋଟ ଗ୍ରହଣର କିଛି ଦିନ ଆଗରୁ ପ୍ରାର୍ଥୀନୀ ନମିତା ନାଏକଙ୍କ ମୃତ୍ୟୁ ହୋଇଥିଲା। ତେଣୁ ଆଉ ଭୋଟ ଗ୍ରହଣ ହୋଇ ପାରି ନଥିଲା। ଗତକାଲି ଏହି ନିର୍ବାଚନ ହୋଇଥିଲା।

ଏହି ପଞ୍ଚାୟତରେ ୩୫୪୦ ଜଣ ଭୋଟର ଥିବା ବେଳେ ୨୫୪୮ ପୋଲିଂ ହୋଇଥିଲା। ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ଗଣତି ବେଳେ ଜସ୍ମିତା ୧୭୫୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ରିନାଙ୍କୁ ମିଳିଥିଲା ମାତ୍ର ୭୫୩ ଖଣ୍ଡ ଭୋଟ୍। ସେହିପରି ୪୨ଟି ଭୋଟ ନାକଚ ହୋଇଥିବା ଜଣାଯାଇଛି।