ମୁଖ୍ୟ ଖବର

ଜିଲ୍ଲା ଯୋଜନା କମିଟି ନିର୍ବାଚନରେ ବିଜେଡିର ବିପୁଳ ବିଜୟ, ବିଜୟୀମାନଙ୍କୁ ସମ୍ବର୍ଦ୍ଧନା

By Angul TV Bureau

August 05, 2026

ଅନୁଗୋଳ: ଜିଲ୍ଲା ଯୋଜନା କମିଟି ନିର୍ବାଚନରେ ବିଜୁ ଜନତା ଦଳ ୧୦ଟି ଆସନରେ ବିଜୟ ହାସଲ କରିଛି। ଏହି ବିଜୟ ଉପଲକ୍ଷେ ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।

ଜିଲ୍ଲା ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ବିଜୟୀ ଜିଲ୍ଲାପରିଷଦ ସଦସ୍ୟ ଓ ସଦସ୍ୟାଙ୍କ ସହିତ ସହଯୋଗ କରିଥିବା ସମସ୍ତ ସଦସ୍ୟଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବରେ ପାଲଲହଡ଼ାର ପୂର୍ବତନ ବିଧାୟକ ମୁକେଶ ପାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ବିଜେଡିର ବରିଷ୍ଠ ନେତା ବିପ୍ଳବ ଜେନା, ଅନୁଗୋଳ ବାର ଆସୋସିଏସନର ସଭାପତି ଦିଲ୍ଲୀପ କୁମାର ସାହୁ, ଯୁବ ସଭାପତି ଅରୁଣାଭ ସିଂହ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ, ଜିଲ୍ଲା ଛାତ୍ର ସଭାପତି ଶୁଭ୍ରାଂଶୁ ଶେଖର ଜିତ୍ ଙ୍କ ସମେତ ଜିଲ୍ଲା କମିଟିର ସମସ୍ତ ପଦାଧିକାରୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି ନବନିର୍ବାଚିତ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସମସ୍ତ ନବନିର୍ବାଚିତ ପ୍ରତିନିଧିଙ୍କୁ ଆନ୍ତରିକ ଅଭିନ୍ଦନ ଓ ଶୁଭକାମନା ଜଣାଇ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଏକାଠି କାମ କରିବାକୁ ଆହ୍ୱାନ ଦିଆଯାଇଥିଲା।