ଅନୁଗୁଳ:ଅନୁଗୁଳ ଜିଲ୍ଲା କଣିହାଁ ସ୍ଵପ୍ରେଶ୍ଵର ମନ୍ଦିର ପରିସରରେ ବିଜେଡି ୯ନଂ ଜୋନ୍ର ସାଙ୍ଗଠନିକ ବୈଠକ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏହି ଜୋନ୍ର ବିଜେଡି କାର୍ଯ୍ୟକାରୀ ସଭାପତି ସୁନିଲ୍ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି, ତାଳଚେର ସୁରକ୍ଷା ମଂଚ ସଭାପତି ମୁରଲୀଧର ସାହୁ, ୯ନଂ ଜୋନର ପର୍ଯ୍ୟବେକ୍ଷକ ଦିଲ୍ଲୀପ କୁମାର ପ୍ରଧାନ, ତାଳଚେର ବ୍ଲକ୍ ବିଜେଡି ସଭାପତି ସନ୍ତୋଷ କୁମାର ପ୍ରଧାନ, ଆଠମଲ୍ଲିକ ବ୍ଲକ୍ ବିଜେଡି ପର୍ଯ୍ୟବେକ୍ଷକ ଲିପୁନା ଭୁକ୍ତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଦଳକୁ ତୃଣମୂଳ ସ୍ତରରୁ ଅଧିକ ସଂଗଠିତ ଓ ସୁଦୃଢ଼ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ୱାର୍ଡସ୍ତରରେ ଜନସାଧାରଣଙ୍କ ନିକଟରେ ପହଁଚି ନବୀନ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦିଆଯାଇଥିଲା। ଜୋନ୍ ଅନ୍ତର୍ଗତ ୮ଟି ପଂଚାୟତର ବିଜେଡି କର୍ମକର୍ତାଙ୍କ ସମେତ ଦଳୀୟ ନେତା ରଂଜନ କୁମାର ସାହୁ, ନିର୍ମଳ କୁମାର ସାହୁ, ସରପଞ୍ଚ ଦୁଃଶାସନ ସାହୁ, ବାବୁଲି ସେଠି, ସୁଧାକର ପ୍ରଧାନ, ବୃନ୍ଦାବନ ପ୍ରଧାନ, କୀର୍ତନ ସାହୁ, ପାଣ୍ଡବ କୁମାର ସାହୁ, ବିଦ୍ୟାଧର ସାହୁ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ ।