ଅନ୍ୟାନ୍ୟ

ବିଜେପି ଅନୁଗୁଳ ନଗର ମଣ୍ଡଳର ନବକଳେବର

By Angul TV Bureau

August 31, 2021

ଅନୁଗୁଳ: ଭାରତୀୟ ଜନତା ପାର୍ଟି ଅନୁଗୁଳ ନଗର କମିଟି ସୋମବାର ଗଠନ କରାଯାଇଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ କମିଟିର ନବକଳେବର କରିଥିବା ବେଳେ ପ୍ରଦୀପ କୁମାର ରାଉତ କମିଟିର ସଭାପତି ନିଯୁକ୍ତ ହୋଇଛନ୍ତି। ସେହିପରି ଉପ ସଭାପତି ଭାବେ ଅଚ୍ୟୁତାନନ୍ଦ ଧର, ଅଶୋକ ପ୍ରସାଦ ସାହୁ, କଳ୍ପନା ଦଳବେହେରା, ସଞ୍ଜୀବ ପଣ୍ଡା, ଚନ୍ଦନ ପଣ୍ଡା, ସୁନୀଲ ତୁଲସିୟାନ, ସାଧାରଣ ସମ୍ପାଦକ ଭାବେ ବିପିନ ପତି ଓ ବିକ୍ରମ କେଶରୀ ମହାପାତ୍ର, ସମ୍ପାଦକ ଭାବେ ସୁଜାତା ପୋଲାର, ରଞ୍ଜନ କୁମାର ନନ୍ଦ, ଦେବାଶିଷ ସାହୁ, ବିଶେଶ୍ଵର ଦାଶ, ଅଞ୍ଜଳି ଦାସ ଓ ସଙ୍ଗୀତା ଦାସ ଓ କୋଷାଧକ୍ଷ ଭାବେ ଗଙ୍ଗାଧର ପଟ୍ଟନାୟକ ଚୟନ ହୋଇଛନ୍ତି। ଏହାଛଡ଼ା ଯୁବ ମୋର୍ଚାର ସଭାପତି ଭାବେ ଗୋପାଳକୃଷ୍ଣ ଦାସ, ମହିଳା ମୋର୍ଚା ସଭାପତି ସୁଜାତା ସାହୁ, କୃଷକ ମୋର୍ଚା ସଭାପତି ସୁଶାନ୍ତ କୁମାର ଜେନା, ଏସ୍‌ସି ମୋର୍ଚା ସଭାପତି ସନ୍ତୋଷ ନାଏକ, ଏସ୍ଟି ସଭାପତି ପଙ୍କଜ ଦେହୁରୀ, ଓବିସି ମୋର୍ଚ୍ଚା ସଭାପତି ସନ୍ତୋଷ ଗୌଡ଼ ଓ ସଂଖ୍ୟାଲଘୁ ମୋର୍ଚା ସଭାପତି ଭାବେ ସାଫିଉଲ୍ଲାହଙ୍କୁ ଚୟନ କରାଯାଇଛି। ଏହାବ୍ୟତୀତ ମଣ୍ଡଳର ନିର୍ବାହୀ ସଦସ୍ୟ ଓ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କୁ କମିଟିରେ ସ୍ଥାନ ଦିଆଯାଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି।