ଅନୁଗୁଳ: ଅନୁଗୁଳ ବିଜେପି ତରଫରୁ ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ରାଜା ଛକ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କୁଶ ପୁତ୍ତଳିକା ଦାହ କରାଯାଇଛି। ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଏକ ମାସ ପୂରି ଥିଲେ ମଧ୍ୟ ରାଜ୍ୟ ସରକାର ଜାଣିଶୁଣି ତଦନ୍ତକୁ ବାଟବଣା କରୁଛନ୍ତି। ଏ ନେଇ ବିଜେପି ଯୁବମୋର୍ଚ୍ଚା ବିଧାନସଭା ଘେରାଉ କରୁଥିବା ସମୟରେ ତାଙ୍କୁ ପୋଲିସ୍ ଓ ବିଜୁ ଜନତା ଦଳ ଗୁଣ୍ଡା ମାନେ ମରଣାନ୍ତକ ଆକ୍ରମଣ କରିବା ସହ ମିଛ ଦଫା ଲଗାଇ ପୋଲିସ ଜେଲ ପଠାଇଛନ୍ତି ବୋଲି ବିଜେପି କହିଛି।
ଏହାକୁ ଅନୁଗୁଳ ବିଜେପି ତୀବ୍ର ନିନ୍ଦା କରିଛି। ଏହି ବିକ୍ଷୋଭ ବେଳେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ପ୍ରତିମା ମିଶ୍ର, ନମିତା ଦଳ ବେହେରା, ପ୍ରଭାତ ପ୍ରଧାନ, ବସନ୍ତ ମଞ୍ଜରୀ ପ୍ରଧାନ, ଚନ୍ଦ୍ରକାନ୍ତ ଧଳ, ସିଦ୍ଧାର୍ଥ ରାଉତରାୟ, ନାଲୁ ଗଡ଼ନାୟକ, ପୁରୁଷୋତ୍ତମ ନାୟକ, ମିଲାପ ପ୍ରଧାନ, ଚିନ୍ମୟ ପାଢ଼ୀ, ସୂର୍ଯ୍ୟକାନ୍ତ ମହାପାତ୍ର, ସମୀର ପରିଡାଙ୍କ ସମେତ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।