ଅନ୍ୟାନ୍ୟ

ବଡ଼କନ୍ତକୁଳ ପଞ୍ଚାୟତରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା, ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

By Angul TV Bureau

September 01, 2023

ଅନୁଗୁଳ: ବିଜେଡି ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପି ପକ୍ଷରୁ ଅନୁଗୁଳସ୍ଥିତ ବଡ଼କନ୍ତକୁଳ ପଞ୍ଚାୟତରେ ଏକ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଏ ଅବସରରେ ବିଜେଡି ସରକାରର କଳା କାରନାମା, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିଜେପି ପକ୍ଷରୁ ରାଜପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

ସଭାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଆହ୍ୱାନ କ୍ରମେ ଏହି ଗଣ ଅନ୍ଦୋଳନରେ ବିଜେପି ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳର ବିଜେପି ନେତା ଦିଲ୍ଲୀପ ପ୍ରଧାନ, ଜିଲ୍ଲା ସମ୍ପାଦକ ପ୍ରଭାତ ପ୍ରଧାନ, ବିଜେପି ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀର ସଂଯୋଜକ ଦିଲ୍ଲୀପ ଦାସ, ବିଜେପି ସଭାପତି ଅନନ୍ତ ସାହୁଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।