ଅନ୍ୟାନ୍ୟ

ପୁରୁଣାକୋଟ ପଞ୍ଚାୟତରେ ବିଜେପିର ବିକ୍ଷୋଭ

By Angul TV Bureau

September 14, 2023

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ପୁରୁଣାକୋଟ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟ ସରକାରଙ୍କର ଦୁର୍ନୀତି, ଭ୍ରଷ୍ଟାଚାର ଶାସନ, ବ୍ୟାପକ ପିସି କାରବାର ପ୍ରତିବାଦରେ ସାତକୋଶିଆ ମଣ୍ଡଳ ବିଜେପି ସଭାପତି ଅନନ୍ତ ବାସୁଦେବ ମହାନ୍ତିଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଏହି ବିକ୍ଷୋଭରେ ସାମିଲ୍ ହୋଇଥିଲେ ।ମୋଦି ସରକାରଙ୍କ ପକ୍ଷରୁ ଓଡ଼ିଶାର ବିକାଶ ପାଇଁ ବିପୁଳ ଅର୍ଥ ଯୋଗାଇ ଦିଆଯାଉଥିଲେ ହେଁ ହିତାଧିକାରୀଙ୍କ ନିକଟରେ ଠିକ୍ ଭାବରେ ପହଞ୍ଚି ପାରୁନଥିବା ବିଜେପି ନେତା ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି ପ୍ରକାଶ କରିଥିଲେ।

ଶରତ ପ୍ରଧାନଙ୍କ ସଭାପତିତ୍ୱରେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ବିଜେପି ଜିଲ୍ଲା ସଭାପତି ଡ଼ିଲେଶ୍ୱର ପ୍ରଧାନ, ମଣ୍ଡଳ ପ୍ରଭାରୀ ବିଶ୍ୱଜିତ୍ ମିଶ୍ର, ପଞ୍ଚାୟତ ପ୍ରମୁଖ ସଞ୍ଜୟ ଖିଲାର, ନିରାକାର ଖିଲାର, ଜ୍ଞାନରଞ୍ଜନ ସାହୁ, ରଘୁ ଗଡତିଆ, ବିଜୟ ସାହୁ ପ୍ରମୁଖ ସମେତ ଶତାଧିକ କାର୍ଯ୍ୟକର୍ତା ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।