ଅନୁଗୁଳ : ଦେଶର ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ସୋମବାର ଶପଥ ଗ୍ରହଣ କରିବା ପରେ ଆଠମଲ୍ଲିକ ବିଜେପି ତରଫରୁ ପୁରୁଣାଗଡ଼ ମଦନ ମୋହନ ମନ୍ଦିରରେ ବିଜୟ ଉତ୍ସବ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି କରାଇଥିବାରୁ ତାଙ୍କୁ ଧନ୍ୟବାଦ ଦିଆଯାଇଥିଲା। ଏ ଅବସରରେ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ମିଠା ବଣ୍ଟନ କରାଯାଇଥିଲା।
ମଣ୍ଡଳ ସଭାପତି ବିରଜା ଯାନୀଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଭାତ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଦ୍ୟାଧର ଚିନାରା, ଶରତ ପ୍ରଧାନ, ଲୋଚନ ଜେନା, ଜନାର୍ଦ୍ଦନ ସାହୁ, ଲିଟନ ସାହୁ, ବିକାଶ ପ୍ରଧାନ, ଲକ୍ଷଣ ସାହୁ, ଡଲି ଚିନାରା, ମମତା ମିଶ୍ରଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।