ଅନ୍ୟାନ୍ୟ

ଅର୍ଚ୍ଚନା ମାମଲାରେ ସମ୍ପୃକ୍ତ ଅନୁଗୁଳର ୨ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣା ଦେଲା ବିଜେପି, କମ୍ ଆନ୍ଦୋଳନକାରୀଙ୍କୁ ଦେଖି ଥଟ୍ଟା କଲେ ଲୋକ

By Angul TV Bureau

November 02, 2022

ପାଳଲହଡ଼ା: ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଫସିଥିବା ଶାସକ ଦଳର ବରିଷ୍ଠ ନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀଙ୍କ ତୁରନ୍ତ ମୁଖା ଖୋଲିବା ଦାବିରେ ଆଜି ପାଳଲହଡା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଅଶୋକ ମହାନ୍ତି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

ଶ୍ରୀ ମହାନ୍ତିଙ୍କ ଅଭିଯୋଗ ଅନୁସାରେ, ଅନୁଗୁଳ ଜିଲ୍ଲାର ଦୁଇ ବିଧାୟକ ମଧ୍ୟ ଅର୍ଚ୍ଚନା ନାଗ କେସରେ ସମ୍ପୃକ୍ତ ଅଛନ୍ତି। ତାଙ୍କୁ ତୁରନ୍ତ ତଦନ୍ତ ପରିସରକୁ ଆଣିବାକୁ ସେ ଦାବି କରିଛନ୍ତି।

ଏଥିସହ ନିମାପଡ଼ା ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପାଇଁ ବିଜେଡିର ଜଣେ ମନ୍ତ୍ରୀ ଦାୟୀ ବୋଲି ପ୍ରମାଣ ମିଳିଛି। ତାଙ୍କୁ ମଧ୍ୟ ଗିରଫ କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି।

ଅନ୍ୟପଟେ ବିଜେପିର ଆଜିର ଅନଶନରେ ମାତ୍ର ୧୦-୧୨ ଜଣ କର୍ମୀଙ୍କୁ ଦେଖି ଲୋକେ ଥଟ୍ଟା କରି ମଜାଳିଆ କମେଣ୍ଟ କରୁଥିବା ଦେଖାଯାଇଛି।