ଅନ୍ୟାନ୍ୟ

ବିଜେପି ଜିଲ୍ଲା ପଦାଧିକାରୀ ବୈଠକ: ବ୍ୟାପକ ବୃକ୍ଷରୋପଣ ଉପରେ ଗୁରୁତ୍ୱ

By Angul TV Bureau

June 27, 2022

ଅନୁଗୁଳ: ଆଜି ଅନୁଗୁଳ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ପଦାଧିକାରୀଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ତିରୋଧାନ ଦିବସ ଜୁନ ୨୩ ରୁ ତାଙ୍କର ଜନ୍ମ ଦିବସ ଜୁଲାଇ ୭ ଯାଏଁ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ଏ ଅବସରରେ ବୁଥ୍ ସ୍ତରରେ ବ୍ୟାପ ବୃକ୍ଷରୋପଣ କରାଯିବାକୁ ନିଷ୍ପତ୍ତି ହୋଇଛି।

କାର୍ଯ୍ୟକ୍ରମରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଅନ୍ୟତମ ରାଜ୍ୟ ସମ୍ପାଦକ ତଥା ଅନୁଗୁଳ ଜିଲ୍ଲା ପ୍ରଭାରୀ ସୀମାଞ୍ଚଳ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଅଗସ୍ତି ବେହେରା ଓ ପ୍ରତିମା ମିଶ୍ର, ବରିଷ୍ଠ ନେତା ଯଯାତି ପଟ୍ଟନାୟକ ଓ ଦିଲ୍ଲୀପ ପ୍ରଧାନ, ଜିଲ୍ଲା ଉପ ସଭାପତି ନୃସିଂହ ବରାଳ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ଓ ସୁଦିପ ଗଡ଼ନାୟକ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ନମିତା ଦଳବେହେରା ଓ ଅନିଲ ବେହେରା, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ସୁଜାତା ଦାସ, ସରିତା ମିଶ୍ର, ସଂଯୁକ୍ତା ମହାରଣା, ସୁଚିସ୍ମିତା ତ୍ରିପାଠୀ, କାଳନ୍ଦୀ ପ୍ରଧାନ, ପୁଲିନ ବିହାରୀ ନାୟକ, ଚନ୍ଦ୍ରକାନ୍ତ ଧଳ, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକଙ୍କ ସମେତ ସମସ୍ତ ପଦାଧିକାରୀ ଯୋଗ ଦେଇଥିଲେ।