ମୁଖ୍ୟ ଖବର

ପଞ୍ଚାୟତ-ପୌର ନିର୍ବାଚନ ପାଇଁ ବିଜେପିର କସରତ, ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

By Angul TV Bureau

September 19, 2026

ଅନୁଗୋଳ: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଅନୁଗୋଳ ଜିଲ୍ଲା ବିଜେପି କସରତ ଆରମ୍ଭ କରିଛି। ଶନିବାର ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର ଯୋଗଦେଇ ବୁଥ ସ୍ତରରେ ସଂଗଠନ ମଜବୁତ କରି ଏବେଠୁ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିବାକୁ ଆହ୍ୱାନ ଦେଇଥିଲେ। ରାଜ୍ୟ ସାଧାରଣ ସମ୍ପାଦକ ସିମାଞ୍ଚଳ ଖଟେଇ ମାସେ ବ୍ୟାପୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା ସଂକଳ୍ପ ଅଭିଯାନ ସବୁ ମଣ୍ଡଳରେ କରିବା ଏବଂ କେନ୍ଦ୍ର-ରାଜ୍ୟ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବାକୁ କହିଥିଲେ।

ବୈଠକରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଅନୁଗୋଳ ବିଧାୟକ ପ୍ରତାପ ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲେଶ୍ବର ପ୍ରଧାନ, ପ୍ରତିମା ମିଶ୍ର, ପ୍ରାକ୍ତନ ବିଧାୟକ ରମେଶ ସାଏ, ପ୍ରଭାତ କୁମାର ପ୍ରଧାନ, ସୁଦୀପ ଗଡନାୟକ, ବସନ୍ତ ମଞ୍ଜରୀ ପ୍ରଧାନ, ଜିଲ୍ଲା ଏସ୍ ଡି ସି ଚେୟାରମ୍ୟାନ ବଶିଷ୍ଠ ନାୟକ, ତାଳଚେର ନଗରପାଳ ପବିତ୍ର ଭୁତିଆ ପ୍ରମୁଖ ଯୋଗ ଦେଇଥିଲେ।