ମୁଖ୍ୟ ଖବର

ହରିଆଣାରେ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କ ରଣନୀତି ପାଇଁ ହ୍ୟାଟ୍ରିକ ବିଜୟ ପାଇଲା ବିଜେପି, କୃତଜ୍ଞତା ଜଣାଇଲା ଅନୁଗୁଳ ଜିଲ୍ଲା ବିଜେପି

By Biswaranjan Pattnaik

October 08, 2024

ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଫଳ ରଣନୀତି ଯୋଗୁ ହରିୟାଣାରେ ତୃତୀୟ ଥର ପାଇଁ ହ୍ୟାଟ୍ରିକ ବିଜୟ କରି ବିଜେପି ସରକାର ଗଠନ କରିବାକୁ ଯାଉଛି। ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ପ୍ରେସ ଇସ୍ତାହାରରେ ଏହା କୁହାଯାଇଛି। ଏଥିପାଇଁ ଜିଲ୍ଲା ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଶେଷ ଭାବେ କୃତଜ୍ଞତା ଜଣାଯାଇଛି। ବିଗତ ଦିନରେ କର୍ଣ୍ଣାଟକ, ଛତିଶଗଡ଼, ମଧ୍ୟପ୍ରଦେଶ, ବିହାର, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଆଦି ବହୁ ପ୍ରଦେଶର ଦାୟିତ୍ୱ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ନ୍ୟସ୍ତ ଥିଲା ବେଳେ ସବୁଠି ବିଜେପିକୁ ବିଜୟ ଲାଭ କରାଇ ଥିବାର ନଜିର ରହିଛି।କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜଣେ ଓଡ଼ିଆ ଭାବେ ସର୍ବ ଭାରତୀୟ ସ୍ତରରେ ଓଡ଼ିଆ ଓ ଓଡ଼ିଶାର ଟେକ ରଖିଛନ୍ତି।

ବିଜେପି ଅନୁଗୁଳ ଜିଲ୍ଲା ପକ୍ଷରୁ ସାଂସଦ ରୁଦ୍ର ନାରାୟଣ ପାଣି, ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଏନଏସ ଆଇ ସି ଡାଇରେକ୍ଟର କାଳନ୍ଦି ସାମଲ, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ପ୍ରାକ୍ତନ ବିଧାୟକ ରମେଶ ସାଏ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର ଓ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ପ୍ରମୁଖ ସମସ୍ତ ଜିଲ୍ଲା ଟିମ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି।