ଅନ୍ୟାନ୍ୟ

ଛେଣ୍ଡିପଦା ବ୍ଲକ୍‌ରେ ନିଅଣ୍ଟିଆ ବର୍ଷା, ମରୁଡ଼ି ଘୋଷଣା ଦାବି କଲା ବିଜେପି

By Sanjeeb Biswal

August 14, 2021

ଅନୁଗୁଳ: ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ପଛେଇ ଯାଇଛି ଚାଷ କାର୍ଯ୍ୟ । ଶ୍ରାବଣ ମାସରେ ମୁଣ୍ଡଫଟା ଖରା । ଧାନ ବିଲ ଫାଟି ଆଁ ହୋଇ ରହିଛି। ଆଗକୁ ବର୍ଷା ହେଲେ ବି ଯେ ଧାନ ଚାଷ ସଫଳ ହେବ ସେ ଗ୍ୟାରେଣ୍ଟି ନାହିଁ । ତେଣୁ ଛେଣ୍ଡିପଦା ବ୍ଲକ୍‌କୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା କରାଯାଉ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି । ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବିଜୟ କୁମାର ମାଝୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ତହସିଲ୍ ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଛି। ଛେଣ୍ଡିପଦା ବ୍ଳକକୁ ମରୁଡ଼ି ଘୋଷଣା କରିବା ସହ ଉଠାଜଳସେଚନ ପ୍ରକଳ୍ପ ଗୁଡିକୁ ସଚଳ କରିବା, ଚାଷୀମାନଙ୍କ ଋଣ ଛାଡ଼ କରିବା ଇତ୍ୟାଦି ଦାବିରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ତହସିଲଦାରଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା, ଜିଲ୍ଲା ବିଜେପି ଉପସଭାପତି ଚୌଧୁରୀ ପ୍ରଧାନ, ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ, ଜୀବନାନନ୍ଦ ସାହୁ, ଅଜିତ ପ୍ରଧାନ, ଟିକନ ମହାପାତ୍ର, ମାନଗୋବିନ୍ଦ ସାହୁ, ମଦନମୋହନ ଗଡ଼ନାୟକ, ଚିତ୍ରସେନ ସାହୁ, ଟୁନା ସାହୁ, ଅକ୍ଷୟ ପାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।