ଅନ୍ୟାନ୍ୟ

ଚାଷୀଙ୍କ ସମସ୍ୟା ନେଇ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରିଲା ବିଜେପି

By Angul TV Bureau

July 03, 2021

ଅନୁଗୁଳ: ଜିଲ୍ଲାରୁ ରାଜ୍ୟ ସରକାର ଜଳକର ନେଉଥିବା ବେଳେ ରବି ଋତୁରେ ଜିଲ୍ଲାରେ ମଣ୍ଡିର ବ୍ୟବସ୍ଥା ନ କରିବା ସହ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଆଜି ସିଏସଓଙ୍କ କାର୍ଯ୍ୟାଳୟ ଘେରିଛି ବିଜେପି। ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛି। ଏବେ ଚାଷୀଙ୍କୁ ଉନ୍ନତ ମାନର ବିହନ ଓ ସାର ଯୋଗାଇବା ପାଇଁ ଦଳ ଦାବି କରିଛି। ଜିଲ୍ଲା ବିଜେପି କୃଷକମୋର୍ଚା ତରଫରୁ ଜିଲ୍ଲା ସଭାପତି ବିଜୟ ମାଝୀଙ୍କ ନେତୃତ୍ବରେ ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଅଶୋକ ମହାନ୍ତି, ଅଗସ୍ତ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ, ଅମିୟ ତ୍ରିପାଠୀ, ନମିତା ବେହେରା, ବିଶ୍ବଜିତ ମିଶ୍ର, ରୋଜାଲିନ ଦାସ, ପ୍ରଶାନ୍ତ ପୃଷ୍ଟି, ପ୍ରବୀଣ ସାହୁ, ରତ୍ନାକର ପ୍ରଧାନ, ମିଳାପ ପ୍ରଧାନ, ହେମନ୍ତ ପ୍ରଧାନ, ବିରଜା ପ୍ରଧାନ, ଅଜୟ ବେହେରା, ଭୁପେନ ବେହେରା, ରୁନା ପ୍ରଧାନ, କର୍ଣ ପ୍ରଧାନ, ଶିବରାମ ମହାଳିକ, ଆଦିତ୍ୟ ସାହୁଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।