ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଗ୍ରାମରେ ବିଜେପିର ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଘର ଘର ବୁଲି ମୋଦି ସରକାରଙ୍କ ସେବା ସୁଶାସନ ଗରିବ କଲ୍ୟାଣର ନଅ ବର୍ଷ ପୂର୍ତ୍ତିରେ ପ୍ରଚାର ପତ୍ର ବଣ୍ଟନ କରିଥିଲେ।
ଏ ଅବସରରେ ବିଜେପି ନେତାମାନେ କହିଥିଲେ, ମୋଦି ସରକାର ରାଜ୍ୟ ପାଇଁ ତଥା ଅନୁଗୁଳ ଜିଲ୍ଲା ପାଇଁ ନଅ ବର୍ଷରେ ୬୦ ହଜାର କୋଟି ଟଙ୍କା ଦେଇଥିବା ବେଳେ ରାଜ୍ୟ ବିଜେଡି ସରକାର ଆମ ଜିଲ୍ଲା ପାଇଁ ଟଙ୍କାଟିଏ ସ୍ୱତନ୍ତ୍ର ଭାବେ ଅନୁଦାନ ଆଣି ନାହାନ୍ତି। ଏଣୁ ବିଜେପିକୁ ସମର୍ଥନ କରିବାକୁ ସେ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ଚନ୍ଦ୍ରକାନ୍ତ ଧଳ, ଯୁବ ନେତା ଇତନୁ ଭୁକ୍ତା, ପ୍ରାକ୍ତନ ସରପଞ୍ଚ ମଣ୍ଡଳ ସଭାପତି ଅନନ୍ତ ବାସୁଦେବ ମହାନ୍ତି, ବସନ୍ତ ରାଉତ, ପ୍ରଫୁଲ୍ଲ ବିଶୋଇ, ମଧୁସୂଦନ ବିଶୋଇ, କୁମୁଦ ଦାସ, ଶକ୍ତିକେନ୍ଦ୍ର ପ୍ରମୁଖ ସଞ୍ଜୟ ଖିଲାର, ନିରାକାର ଖିଲାରଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।