ଅନ୍ୟାନ୍ୟ

ବିଜେପି ଜରପଡା ମଣ୍ଡଳ କାର୍ଯ୍ୟକରିଣୀ ବୈଠକ, ମରୁଡି ପରିସ୍ଥିତି ନେଇ ଉଦବେଗ

By Sanjeeb Biswal

August 24, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜରପଡା ମଣ୍ଡଳର କାର୍ଯ୍ୟକରିଣୀ ବୈଠକ ଗତକାଲି ଦୁର୍ଗାପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ଭାବ୍ୟ ମରୁଡି ପରିସ୍ଥିତି ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ସଠିକ ଆକଳନ କରି ଅବିଳମ୍ବେ ମରୁଡି ଘୋଷଣା କରାନଗଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବା ସହ ଆରଆଇ ଅଫିସ ଘେରାଉ କରିବାକୁ ନିଷ୍ପତ୍ତି ହୋଇଥିବା ଜଣାଯାଇଛି। ମଣ୍ଡଳ ସଭାପତି ମଦନମୋହନ ଗଡ଼ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଅଗସ୍ତି ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ,ସମ୍ବଲପୁର ସାଂସଦଙ୍କ ବ୍ଲକ ପ୍ରତିନିଧି ଯଶୋବନ୍ତ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକର୍ତାଙ୍କୁ ତୃଣମୂଳ ସ୍ତରରୁ ସଂଗଠନ କୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।ଉକ୍ତ ମଣ୍ଡଳର ୯ ଟି ପଂଚାୟତରେ ଡିଏମଏଫରେ ଜରପଡା ଜୋନକୁ ନ୍ୟାୟ ମିଳୁନଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା।ମୋ ସ୍କୁଲ ଯୋଜନାରେ ବ୍ୟାପକ ଦୁର୍ନୀତି, ପ୍ରିୟାପ୍ରୀତି ତୋଷଣ, ଅନିୟମିତତାକୁ ନେଇ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ମଣ୍ଡଳ ସାଧାରଣ ସମ୍ପାଦକ ସଂଗ୍ରାମ ପ୍ରଧାନ ଅତିଥି ପରିଚୟ କରିଥିବା ବେଳେ ପ୍ରତାପ ସାହୁ ଧନ୍ୟବାଦ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଡମ୍ବରୁ ବେହେରା, ଶତୃଘନ ସାହୁ, ଜୀବନାନନ୍ଦ ସାହୁ, ଦୁର୍ଯ୍ୟୋଧନ ସାହୁ, ଦୁର୍ଯ୍ୟୋଧନ ପ୍ରଧାନ,ଶ୍ରୀପତି ସାହୁ, ଚତୁରା ନାଏକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ।