ମୁଖ୍ୟ ଖବର

ଖରିଫ ଧାନ କିଣା ବେଳେ ମଣ୍ଡି ଜଗିବ ବିଜେପି କୃଷକ ମୋର୍ଚ୍ଚା, ସ୍ୱଚ୍ଛତା ରକ୍ଷାକୁ ଦେବେ ଗୁରୁତ୍ୱ

By Biswaranjan Pattnaik

December 02, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଜାନୁଆରୀ ୫ ତାରିଖ ଠାରୁ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ। ଏହି ସମୟରେ ଧାନମଣ୍ଡି ଓ ଧାନ କିଣାରେ ସ୍ୱଚ୍ଛତା ରକ୍ଷା ପାଇଁ ଆଜି ବିଜେପି କୃଷକ ମୋର୍ଚ୍ଚା ତରଫରୁ ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ସଭାପତି ବିଜୟ କୁମାର ମାଝୀଙ୍କ ସଭାପତିତ୍ବରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି।

ବୈଠକରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲାରେ ୯୯ ଟି ଧାନମଣ୍ଡି ଦ୍ଵାରା ଧାନ କିଣା ଯିବ। ଏହି ସମୟରେ ମଣ୍ଡିରେ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ତଦାରଖ କରିବେ ବୋଲି ନିଷ୍ପତ୍ତି ହୋଇଛି।

ବୈଠକରେ ବିଜେପି ଜିଲ୍ଳା ସଭାପତି ଦିଲେଶ୍ଵର ପ୍ରଧାନ, ଜିଲ୍ଲା ସାଧାରଣ ସଂପାଦକ ସୁଦୀପ୍ତ ଗଡ଼ନାୟକ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ପୁଲିନ୍ ପ୍ରକାଶ ପୁହାଣ, ଉପସଭାପତି ସୁଶାନ୍ତ କୁମାର ସାମଲ, ରାଜ୍ୟ ସଂପାଦକ ପ୍ରଶାନ୍ତ କୁମାର ସ୍ଵାଇଁ, ରାଜ୍ୟ ସଂଯୋଜକ ସନ୍ତୋଷ କୁମାର ବିଶ୍ବାଳ ଓ ଜଗନ୍ନାଥ ଗଡନାୟକ ସିଂ, ବରିଷ୍ଠ ବିଜେପି ନେତା ଦିବାକର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଜିତ କୁମାର ପ୍ରଧାନ, ପ୍ରବୀଣ କୁମାର ସାହୁ, ହୃଷୀକେଶ ପ୍ରଧାନ, ଜୀବନାନନ୍ଦ ସାହୁ, ଜିତେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।