ଅନ୍ୟାନ୍ୟ

ଅପରେସନ୍ ସିନ୍ଦୂରର ସଫଳତା ପାଇଁ ମହିଳା ମୋର୍ଚ୍ଚାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ପରସ୍ପରକୁ ସିନ୍ଦୂର ଲଗାଇ ଜଣାଇଲେ ଅଭିନନ୍ଦନ

By Angul TV Bureau

May 21, 2025

ଅନୁଗୁଳ : ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅପରେସନ୍ ସିନ୍ଦୂରର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟ ସେନାଙ୍କ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ହେଉଛି। ଅନୁଗୁଳରେ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରେ ମହିଳା ମୋର୍ଚ୍ଚା ତରଫରୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ସହିଦଙ୍କ ଉଦ୍ଦେଶ୍ୟରେ କରାଯିବା ସହ ନିଜ ନିଜ ମଧ୍ୟରେ ସିନ୍ଦୂର ଲଗାଇ ଅପରେସନ ସିନ୍ଦୂର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ସେନାଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଥିଲେ।

କାର୍ଯ୍ୟକ୍ରମରେ ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ରୋଜାଲିନ ଦାସ, ଶୁଚିସ୍ମିତା ତ୍ରିପାଠୀ, ନମିତା ଦଳ ନେହେରା, ସରିତା ମିଶ୍ର, ଶୋଭାଗିନୀ ପ୍ରଧାନ, ଜସ୍ମିନ ପ୍ରଧାନ, ମିତାରାଣୀ ପାତ୍ର, ତିଲୋତ୍ତମା ସାମନ୍ତ, ଲକ୍ଷ୍ମୀପ୍ରିୟା ମହାନ୍ତି, ସୁଜାତା ସାହୁଙ୍କ ସମେତ ଶତାଧିକ ମହିଳା ଉପସ୍ଥିତ ଥିଲେ।