ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ବିଜେପିର ୨୭ ଟି ମଣ୍ଡଳର ସଭାପତି ନିର୍ବାଚିତ, ସୂଚନା ଦେଲେ ରାଜ୍ୟ ନିର୍ବାଚନ ଅଧିକାରୀ

By Biswaranjan Pattnaik

January 06, 2025

ଅନୁଗୁଳ : ବିଜେପିର ସଂଗଠନ ପର୍ବରେ ଅନୁଗୁଳ ଜିଲ୍ଲାର ୩୧ ଟି ମଣ୍ଡଳରୁ ୨୭ ଟି ମଣ୍ଡଳର ସଭାପତି ନିର୍ବାଚିତ ହୋଇଥିବା ନେଇ ରାଜ୍ୟ ବିଜେପିର ନିର୍ବାଚନ ଅଧିକାରୀ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଅନୁଗୁଳ ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରାକ୍ତନ ବିଧାୟକ ନାଉରି ନାୟକଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ମଣ୍ଡଳ ସଭାପତି ଭାବେ ଅନୁଗୁଳ ପୌର ମଣ୍ଡଳ ପବନ କୁମାର ମାଣ୍ଡଟିଆ, ବଡ଼କେରା ମଣ୍ଡଳ ସୁଲଭ ଚନ୍ଦ୍ର ଦେହୁରୀ, ବଅଁରପାଳ ମଣ୍ଡଳ ପ୍ରତ୍ୟୁଷ ରଞ୍ଜନ ପଣ୍ଡା, ବନ୍ତଳା ମଣ୍ଡଳ କାହ୍ନୁ ଚରଣ ପ୍ରଧାନ, ଖଲାରୀ ପ୍ରିୟବ୍ରତ ପାଗଲ, ମହୀଧରପୁର ମଣ୍ଡଳ ରାଧାକାନ୍ତ ପଟ୍ଟନାୟକ, ଅଇଡ଼ା ମଣ୍ଡଳ ରଂଜିତ କୁମାର ମୁଣ୍ଡା, ଆଠମଲ୍ଲିକ ଏନ ଏସ ସି ମଣ୍ଡଳ ଶୈଳବାଳା ଅମାନ୍ତ, କିଶୋରନଗର ମଣ୍ଡଳ ଧନୁର୍ଜୟ ପ୍ରଧାନ, ମାଧପୁର ମଣ୍ଡଳ ଅନ୍ତର୍ଯ୍ୟାମୀ ମହାକୁଡ଼, ନାକଚି ମଣ୍ଡଳ ସଂଜୀବ କୁମାର ପାତ୍ର, ସାତକୋଶିଆ ମଣ୍ଡଳ ରାଧାକାନ୍ତ ପଳେଇ, ଠାକୁରଗଡ଼ ମଣ୍ଡଳ ସୁଜିତ କୁମାର ଦେହୁରୀ, ବଡ଼ କେରଜଙ୍ଗ ମଣ୍ଡଳ ସନ୍ତୋଷ କୁମାର ସାହୁ, ବାଗେଡ଼ିଆ ମଣ୍ଡକ ତ୍ରିଲୋଚନ ବେହେରା, ଛେଣ୍ଡିପଦା ମଣ୍ଡଳ ଦୀପକ କୁମାର ପ୍ରଧାନ, ଜରପଡା ମଣ୍ଡଳ ଜୀବନାନନ୍ଦ ସାହୁ, କୋଷଳା ମଣ୍ଡଳ ସୁନୀଲ କୁମାର ପ୍ରଧାନ, କୁକୁଡାଙ୍ଗ ମଣ୍ଡଳ ସମରେନ୍ଦ୍ର ଦେହୁରୀ, ଖମାର ମଣ୍ଡଳ କାର୍ତ୍ତିକ ହୃଦୟ ଚନ୍ଦ୍ର ପ୍ରଧାନ, ପବିତ୍ର ନଗର ମଣ୍ଡଳ ମନୋଜ କୁମାର ବିଶ୍ୱାଳ, ପାଳଲହଡା ମଣ୍ଡଳ ଆଶିଷ କୁମାର ସାମଲ, ରେଙ୍ଗାଲି ମଣ୍ଡଳ ହରେକୃଷ୍ଣ ପ୍ରଧାନ, ବ୍ରାହ୍ମଣୀ ମଣ୍ଡଳ ଅଜୟ କୁମାର ସାହୁ, ହିଙ୍ଗୁଳା ମଣ୍ଡଳ ମାନସ ରଞ୍ଜନ ସାହୁ, କଣିହାଁ ମଣ୍ଡଳ ସୁଶାନ୍ତ କୁମାର ସାମଲ ଓ ସାରଶକ୍ତି ମଣ୍ଡଳର ଦୀପକ କୁମାର ଦାସ ପ୍ରମୁଖ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏ ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।