ଅନ୍ୟାନ୍ୟ

କେନ୍ଦ୍ର ଯୋଜନା ନେଇ ବିଜେପିର ବୈଠକ

By Angul TV Bureau

November 17, 2021

ଅନୁଗୁଳ : କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ନେଇ ଅନୁଗୁଳ ଜିଲ୍ଲା ବିଜେପିର ଏକ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ବୈଠକରେ ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି ଯୋଗ ଦେଇ ବିଜେଡିର ଶାସନରେ ମହିଳା ଓ ଶିଶୁ ଆଜି ବିପଦ ରେ, କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ରାଜ୍ୟ ବିଜେଡି ସରକାର ହଡପ କରୁଛି ବୋଲି ଆରୋପ କରିଥିଲେ। କେନ୍ଦ୍ର ସରକାର ଗଠନ କରିଥିବା ଜିଲ୍ଲା ଖଣିଜ ପାଣ୍ଠି,ପଞ୍ଚଦଶ ଅର୍ଥ କମିଶନ ପାଣ୍ଠି ଓ ସମସ୍ତ ପଞ୍ଚାୟତକୁ ଦିଆଯାଉଥିବା ପ୍ରଚୁର ଅର୍ଥକୁ ଅନୁଗୁଳ ଜିଲ୍ଲା ପ୍ରଶାସନ ମନମୁଖୀ ଭାବେ ଶାସକ ଦଳର ଇଙ୍ଗିତରେ ଦଳୀୟ ଆଧାରରେ ବିନା ଟେଣ୍ଡରରେ କାର୍ଯ୍ୟ ଦେଉଛନ୍ତି। ଶାସକ ଦଳକୁ ସୁହାଇଲା ଭଳି ଠିକାଦାର ସୃଷ୍ଟି କରି କୋଟି କୋଟି ଟଙ୍କାର ନିର୍ବାଚନ ପାଇଁ ଦଳୀୟ ପାଣ୍ଠି ଗଠନରେ ଜିଲ୍ଲା ପ୍ରଶାସନ କାର୍ଯ୍ୟ କରୁଛି ବୋଲି ଶ୍ରୀ ପାଣି କ୍ଷୋଭରସହ ପ୍ରକାଶ କରିଥିଲେ। ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ଭାଗିରଥି ପ୍ରଧାନ ଏବଂ ପ୍ରତିମା ମିଶ୍ର ପ୍ରମୁଖ ଆଗାମୀ ଦିନରେ ଏ ସମସ୍ୟାକୁ ନେଇ ସମସ୍ତ ପଞ୍ଚାୟତ ସ୍ତରରେ ଆନ୍ଦୋଳନ କରିବାକୁ ପ୍ରସ୍ତାବ ଦେଇଥିଲେ। ଜିଲ୍ଲା ପ୍ରଭାରୀ ସୀମାଞ୍ଚଳ ଖଟାଇ ଯୋଗ ଦେଇ ସଂଗଠନକୁ ସୁଦୃଢ କରିବା ପାଇଁ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କର୍ମକର୍ତ୍ତା ପ୍ରକାଶ ମହାରଣା, ସୁଦୀପ ଗଡ଼ନାୟକ, ନୃସିଂହ ଚରଣ ବରାଳ, ଚୌଧୁରୀ ପ୍ରଧାନ, ଅମୀୟ ତ୍ରିପାଠୀ, ସୁଜାତା ଦାସ, ବିଜୟ ମାଝୀ, ପର୍ଶୁରାମ୍ ବାରିକ, ପେସ୍କାର ଗଡ଼ନାୟକ, ଯଯାତି ପଟ୍ଟନାୟକ, ସୋମନାଥ ରାଉତ, ପ୍ରଭାତ ପ୍ରଧାନ, ପ୍ରଶାନ୍ତ ନନ୍ଦ, ସୁଦୀପ୍ତ ସ୍ୱାଇଁ, ନମିତା ଦଳବେହେରାଙ୍କସହ ଜିଲ୍ଲାର ସମସ୍ତ ପଦାଧିକାରୀ, ସମସ୍ତ ମଣ୍ଡଳ ପ୍ରଭାରୀ ଯୋଗ ଦେଇଥିଲେ।