ଅନ୍ୟାନ୍ୟ

ପୁଣି ବିଜେପିରେ ଯୋଗ ଦେଲେ ବହୁ ବିଜେଡି କର୍ମୀ: ପଦ୍ମ ଧରିଲେ ବଲାସିଂହା ଗ୍ରାମ ପଞ୍ଚାୟତର ଏକାଧିକ ନେତା

By Angul TV Bureau

December 27, 2023

ଅନୁଗୁଳ: ପୁଣି ବିଜେପିରେ ଯୋଗ ଦେଲେ ବହୁ ବିଜେଡି କର୍ମୀ। ମଙ୍ଗଳବାର ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀ ୩ ନମ୍ବର ଜୋନ୍ ବଲାସିଂହା ଗ୍ରାମ ପଞ୍ଚାୟତ ବାଲିସାହିର ବହୁ ବିଜେଡି କର୍ମକର୍ତ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପଦ୍ମ ଧରିଛନ୍ତି।

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ ( ନିଲୁ ଭାଇ) ଙ୍କ ନେତୃତ୍ଵରେ ଆସ୍ଥା ପ୍ରକଟ କରି ଏହି ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଦୁଃଖବନ୍ଧୁ ସାହୁ, ବିଜେପି ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀର ସଂଯୋଜକ ଦିଲ୍ଲୀପ ଦାସ, ବିଜେପିର ପଞ୍ଚାୟତ ସଭାପତି ମନୋଜ ସାହୁ, ଛେଳିଆପଡା ସରପଞ୍ଚ କୁମର ମୁଦୁଲି, ବିଜେପି ଖଲାରୀ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଲାଲ ବାହାଦୁର ଗଡନାୟକ, ବିଜେପି ନେତା ବିରଞ୍ଚି ସାହୁ, ରଞ୍ଜନ ସାହୁ, ପ୍ରତାପ ଦେହୁରୀ, ନରହରି ପ୍ରଧାନ, ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।